ଓଡିଶା, ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ଆଇଇଡି ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ । ବାଇକ୍ରେ ୨ ସିଆରପିଏଫ ଯବାନ ଆସୁଥିବା ବେଳେ ବିସ୍ଫୋରଣ । ମହୁମାଛି ଆକ୍ରମଣରେ ଆହତ ହୋଇଥିବା ଯବାନଙ୍କୁ ଚିକିତ୍ସା ପାଇଁ ବିସ୍ରା ଅଣାଯାଉଥିବା ବେଳେ ଆଇଇଡି ବିସ୍ଫୋରଣ ହୋଇଛି । ନକ୍ସଲଙ୍କ ଦ୍ବାରା କରାଯାଇଥିବା ବିସ୍ଫୋରଣ ଯୋଜନା ବିଫଳ ହୋଇଛି। ଏଥିରେ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଅନ୍ୟପଟେ ଆଇଇଡି ବିସ୍ଫୋରଣ ପରେ ଝାଡ଼ଖଣ୍ଡ ପୋଲିସ, ସିଆରପିଏଫଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି । ସୂଚନା ଅନୁସାରେ, ଝାଡ଼ଖଣ୍ଡ ସୀମାନ୍ତରେ ସିଆରପିଏଫ ଯବାନମାନେ କୁମ୍ବିଂ ଅପରେସନ କରୁଥିବା ସମୟରେ ଜଣେ ଯବାନ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଆହତ ଯବାନଙ୍କ ଚିକିତ୍ସା ପାଇଁ ବାଇକ୍ରେ ୨ ଜଣ ଯବାନ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଶ୍ରା ମେଡିକାଲ ଆସୁଥିଲେ । ଏହି ସମୟରେ ଏକ ପୋଲ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା । ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ହୋଇଛି । ଅଳ୍ପକେ ୨ ଯବାନ ବର୍ତ୍ତି ଯାଇଛନ୍ତି । ଯବାନଙ୍କର କିଛି ବି କ୍ଷତି ହୋଇନାହିଁ । ଏବେ ବିସ୍ରା ସ୍ୱାସ୍ଥ୍ୟ କେନ୍ଦ୍ରରେ, ଏକ ମହୁମାଛି କାମୁଡ଼ିଥିବା ଜବାନଙ୍କ ଚିକିତ୍ସା ଚାଲିଛି। ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛ। Post navigation ମେ’ ୧ରୁ ଟୋଲ୍ ଆଦାୟ ନିୟମରେ ହେବ ପରିବର୍ତ୍ତନ; GPS ମୋଡ଼ରେ କଟିବ ଟଙ୍କା ପୁରୀ ଚନ୍ଦନ ଯାତ୍ରାରେ ବାଣ ମନା; ରହିବ ଇନ୍ସୁରାନ୍ସ ବ୍ୟବସ୍ଥା