ସୁନ୍ଦରଗଡ଼ରେ କୋଇଲା ଖଣି ଦୁର୍ନୀତି ମାମଲାରେ ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଖଣି ଓ ଜଙ୍ଗଲ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ ସଚିବ ଚୋରା କୋଇଲା ଖଣି ବୁଲି ଦେଖିଲେ ୨ ମନ୍ତ୍ରୀ । ଏହାପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏହା ସହ ତେଲେନଡିହି, ରତନସରା, ଜାମକାନି ଅଞ୍ଚଳ ବୁଲିବେ ।

ଏହି କୋଇଲାକୁ ବାହାର ରାଜ୍ୟ ଛତିଶଗଡ଼, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ମାଫିଆ ମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି ସୁନ୍ଦରଗଡ଼ ଏମସିଏଲ କ୍ଷେତ୍ର ଗୋପାଳପୁର ଅଞ୍ଚଳରେ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ପହଞ୍ଚି ଜଙ୍ଗଲ ଭିତର ଚୋରା ଖଣିର ସ୍ଥିତି ପରଖିଛନ୍ତି। ସଙ୍ଗରେ ବିଭାଗୀୟ ସଚିବମାନେ ମଧ୍ଯ  ଆସି ଚୋରା ଖଣିର ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *