ଏଥର ଟ୍ରେନରେ ଯାତ୍ରା କରୁଥିଲେ ପାଣି, ଖାଦ୍ୟ ଓ ଶୌଚାଳୟର ସୁବିଧା ଭଳି ମିଳିବ ଏଟିଏମ୍ ସୁବିଧା । ପରୀକ୍ଷାମୂଳକ ଭାବେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମୁମ୍ବାଇ-ମନମାଡ଼ ପଞ୍ଚବଟୀ ଏକ୍ସପ୍ରେସରେ ପ୍ରଥମ କରି ଆରମ୍ଭ ହେଲା ଏଟିଏମ୍ ବ୍ୟବସ୍ଥା । ନାସିକରୁ ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା ପଞ୍ଚଭତୀ ଏକ୍ସପ୍ରେସ୍‌ର ଏକ ଶୀତତାପ ନିୟନ୍ତ୍ରିତ ବଗିରେ ଲଗାଯାଇଛି ଏଟିଏମ ।

ଖୁବଶୀଘ୍ର ଯାତ୍ରୀଙ୍କୁ ଏହାର ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ଏହା ପରୀକ୍ଷାମୂଳକ ଭାବେ କରାଯାଇଛି । ଏ ନେଇ କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଲା ସୂଚନା ଦେଇଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ, ଏଟିଏମ୍ କୁ କୋଚ୍‌ର ପଛ ପାର୍ଶ୍ୱରେ ଏକ କ୍ୟୁବିକେଲ୍‌ରେ ରଖାଯାଇଛି, ଯାହା ପୂର୍ବରୁ ଏକ ଅସ୍ଥାୟୀ ପାଣ୍ଟ୍ରି ଭାବରେ ବ୍ୟବହୃତ ହେଉଥିଲା । ଟ୍ରେନ୍ ଚାଲୁଥିବା ସମୟରେ ଯେମିତି କୌଣସି ଅଘଟଣ ନ ଘଟେ ତାହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସଟର୍ ଡୋର୍ ମଧ୍ୟ ଲଗାଯାଇଛି ।

Leave a Reply

Your email address will not be published. Required fields are marked *