ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଚୋରି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ଯୋଗେଶ ସିଂହ । ସେ କହିଛନ୍ତି କୋଇଲା ଲୁଟ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ କରିବାକୁ ମୁଁ ଦାବି କରିସାରିଛି । ଏହି ଦୁର୍ନୀତିରେ ସରକାରୀ କର୍ମଚାରୀ ସାମିଲ ଅଛନ୍ତି । ପୁଲିସ, ବନବିଭାଗ କର୍ମଚାରୀ ଓ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଖଣି ଲୁଟ୍ ଚାଲିଥିବା ସେ ଅଭିଯୋଗ କରିଛନ୍ତି ।

ଏହା ସହ ସେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ସରକାର ମୂଲିଆ ଶ୍ରେଣୀର ଲୋକଙ୍କୁ ଧରି ମୁଖ୍ୟ ଅଭିଯୁକ୍ତଙ୍କୁ ଖସେଇ ଦେବାକୁ ଚାହୁଁଛନ୍ତି। ଖଣି ଆମର ଜାତୀୟ ସମ୍ପତ୍ତି। ଏହାକୁ ଲୁଟ କରିଥିବା ଲୁଟେରାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସିବିଆଇ ତଦନ୍ତ ହେଲେ ହିଁ ପ୍ରକୃତି ଦୋଷୀ ଧରାପଡ଼ିବ।

ସୂଚନା ଯୋଗ୍ୟ; ସୁନ୍ଦରଗଡ଼ରେ ବେଆଇନ୍‌ କୋଇଲା ଖଣି ଚୋରି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଥିଲେ ବିଧାୟକ ଯୋଗେଶ ସିଂ । ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ଆଗରେ ରଖିଥିଲେ ଦାବି । ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ବିଧାୟକ ଯୋଗେଶ ସିଂହ । ଏହା ସହ କୋଇଲାଚୋରିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଭୋଇ । ଚିଠିରେ ସେ ଖଣି ଚୋରି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ହେମଗିରି, କୋଇଡା, ବଣାଇରେ ଆଇରନ ଓ ମାଙ୍ଗାନିଜ ଖୁଲମଖୁଲ୍ଲା ଚୋରି ହେଉଥିବା କହିଛନ୍ତି ।

ସେହିପରି ପୂର୍ବରୁ ସୁନ୍ଦରଗଡ ଜିଲ୍ଲାର ଶହେରୁ ଉର୍ଦ୍ଧ୍ୱ ଖଣି କରି ସମସ୍ତ କୋଇଲାକୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡକୁ ଚୋରା ଚାଲାଣ କରାଯାଉଛି ବୋଲି ବିଜେପି ନେତ୍ରୀ କୁସୁମ ଟୁଡୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ।

Leave a Reply

Your email address will not be published. Required fields are marked *