ଆସନ୍ତା ୨୨ ଓ ୨୩ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବାଦ ପଡ଼ିଥିବା ୧ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଟଙ୍କା ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଯେଉଁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଯାଇଥିଲେ ସେମାନେ ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିଲେ କି ସୁଭଦ୍ରା ଟଙ୍କା କେବେ ଆସିବ । ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏଇ ମାସ ଆକାଉଣ୍ଟକୁ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା। ଏବଂ ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଥିବେ ତାଙ୍କ ପାଇଁ ପୁଣି ସୁଭଦ୍ରା ଖୋଲିବ ।

ସେ ଆଉ ମଧ୍ୟ କହିଛନ୍ତି ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ନୂଆ ଆବେଦନ ଆସିଛି। ସେମାନଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ। ପ୍ରଥମ କିସ୍ତିରେ ସରକାର ୫ ହଜାର ୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଛନ୍ତି । ଦ୍ଵିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ୬୦ ହଜାର ଟଙ୍କା ପଠାଯାଇଛି ।

Leave a Reply

Your email address will not be published. Required fields are marked *