ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ରଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କଲା ଇଓଡବ୍ଲ୍ୟୁ । କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ଵର ଜେଲରେ ଅଛନ୍ତି ରାଜା ଚକ୍ର।

ସୂଚନା ଯୋଗ୍ୟ; ଗନ୍ଧମାର୍ଦ୍ଦନ ଲୋଡିଂ ମାଇନ୍ସ ଦୁର୍ନୀତିରେ ରାଜା ଚକ୍ରଙ୍କୁ ଗତ ୧୩ ତାରିଖରେ ଗିରଫ କରିଥିଲା ଇଓଡବ୍ଲ୍ୟୁ । କୋର୍ଟରେ ହାଜର କରିବା ପରେ ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା, ଯାହାର ଅବଧି ଆସନ୍ତାକାଲି ସରିବ । ଏହା ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ନିରାଶ ହୋଇଥିଲେ ରାଜା ଚକ୍ର । ତାଙ୍କୁ ଜାମିନ ଆବେଦନକୁ ଖାରଜ କରିଥିଲେ ହୋଇକୋର୍ଟ ।

Leave a Reply

Your email address will not be published. Required fields are marked *