ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ବର୍ଗଦ୍ବାରରେ ହେଲା ଶେଷକୃତ୍ୟ। ବଡପୁଅ ସୌମେନ୍ଦ୍ର ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ତେବେ ଶେଷକୃତ୍ୟ ପୂର୍ବରୁ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯାଇଥିଲା। ଦେବେନ୍ଦ୍ରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ। ଆଜି ସକାଳୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରୁ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀରକୁ ପୁରୀ ଅଭିମୁଖେ ନିଆ ଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ବିଭିନ୍ନ ରାଜନୈଦିକ, ସାମାଜିକ ଓ ସାଂସ୍କୃତିକପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସୂଚନା ଯୋଗ୍ୟ; ଗତକିଛି ଦିନ ଧରି ଅସୁସ୍ଥ ଥିଲେ ଡଃ ଦେବେନ୍ଦ୍ର ପ୍ରଧାନ। ସୋମବାର ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ପୁଅ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନର ଶେଷନିଶ୍ବାସ ତ୍ୟାଗ କରିଥିଲେ ଡଃ ପ୍ରଧାନ। Post navigation ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କଲେ ନବୀନ ପଟ୍ଟନାୟକ ସ୍ୱର୍ଗତ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍