ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଆସିବାକୁ ମାସେ ବି ହୋଇନାହିଁ। ଆପ୍ ସରକାରର କିଛି ଜନଲୋଭନୀୟ ଯୋଜନାକୁ ବନ୍ଦ କରି ନାହାନ୍ତି ଭାଜପା ସରକାର । କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରେଖା ସରକାର । କେବଳ ଦିଲ୍ଲୀ ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ରୋହିଙ୍ଗିଆ ଏବଂ ବାଲାଦେଶୀ ଅନୁପ୍ରବେଶକାରୀମାନେ ନିରାପତ୍ତା ବିପଦ ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଥିଲା। ୨୦୨୦ରେ ଉତ୍ତରପୂର୍ବ ଦିଲ୍ଲୀରେ ଯେଉଁ ଭୟଙ୍କର ବଙ୍ଗା ଦେଖାଦେଇଥିଲା, ୫୦ରୁ ଅଧିକ ପ୍ରାଣ ହରାଇଥିଲେ। ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ଶବ ନାଳରେ ମିଳିଥିଲା । ତାଙ୍କ ଶରୀରରେ ୪୦୦ କ୍ଷତଚିହ୍ନ ଥିଲା। ଦଙ୍ଗାରେ ସାମିଲ ମୁସ୍ଲିମମାନେ କେତେ କୁର ଥିଲେ ଏହା ଅଙ୍କିତଙ୍କ ଶବ ପ୍ରମାଣ ଦେଇଥିଲା । ଅନେକ ମୁସ୍ଲିମ ମଧ୍ୟ ପ୍ରାଣ ହରାଇଥିଲେ। ଦଙ୍ଗା ସୃଷ୍ଟି ହେବାର କାରଣ ଥିଲା ସିଏଏ ବା ନାଗରିକତା ସଂଶୋଧନ ଆଇନ। ୨୦୧୯ରେ ସଂସଦରେ ଏହା ଗୃହୀତ ହେବାପରେ ସିଏଏ ଏବଂ ଏନ୍ଆର୍ସିକୁ ନେଇ ଦିଲ୍ଲୀରେ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହା ପଛରେ ଥିଲା ଗଭୀର ଷଡ଼ଯନ୍ତ୍ର । ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଦିନକ ପୂର୍ବରୁ ଉଦ୍ଦେଶ୍ୟମୂଳକ ଭାବେ ଦଙ୍ଗା ଆରମ୍ଭ କରାଯାଇଥିଲା। ଏହି ଦଙ୍ଗାରେ ରୋହିଙ୍ଗିଆ ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କର ଭୟଙ୍କର ଭୂମିକା ଥିଲା । ମୁସ୍ଲିମ ବହୁଳ ଜାଫ୍ରାବାଦରୁ ଆରମ୍ଭ ହୋଇଥିଲା ଏହି ଦଙ୍ଗା। ସିଏଏଦ୍ଵାରା ଅନୁପ୍ରବେଶକାରୀ ମୁସ୍ଲିମମାନଙ୍କର ଚିହ୍ନଟ ପରେ ନାଗରିକତା ଉଚ୍ଛେଦ ହେବାର ଆଶଙ୍କା ଥିବାରୁ ଏହି ଦଙ୍ଗା ରଚାଯାଇଥିଲା। ସେମାନଙ୍କ ପଛରେ ଆପର ଆଶୀର୍ବାଦ ଥିଲା । ବିଶେଷତଃ ଆପ୍ ମନ୍ତ୍ରୀ ଅମାନୁତୁଲ୍ଲା ଖାଁଙ୍କର ଭୂମିକା କାହାକୁ ଅଛପା ନଥିଲା । ଏହି କାରଣରୁ ରାସନ କାର୍ଡ଼ ମାଧ୍ୟମରେ ଦିଲ୍ଲୀରେ ବସବାସ କରୁଥିବା ଅନୁପ୍ରବେଶକାରୀଙ୍କୁ ଠାବ କରିବା ପାଇଁ ଦିଲ୍ଲୀ ସରକାର ଯେଉଁ ଯୋଜନା ଆରମ୍ଭ କରିଛନ୍ତି, ତାହା ପ୍ରଶଂସନୀୟ। କୁହାଯାଉଛି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ତଦାରଖରେ ଅନୁପ୍ରବେଶକାରୀ ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କିନ୍ତୁ ଓଡ଼ିଶା କାହିଁକି ଏ କ୍ଷେତ୍ରରେ ଅଛି ପଛରେ ? ବିଜଦ ସରକାର ଅମଳରେ ବାଂଲାଦେଶୀ ଏବଂ ରୋହିଙ୍ଗିଆ ଅନୁପ୍ରବେଶକାରୀଙ୍କୁ ରାଜନୈତିକ ଶରଣ ମିଳିଥିଲା। ସେମାନେ ଭୋଟର ବନିଯାଇଥିଲେ । ଏହା ବିଜଦକୁ ସୁହାଉଥିଲା । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହାଇକୋର୍ଟଙ୍କ ଆଦେଶରେ ଚିହ୍ନଟ କରିବାକୁ ଯାଇ ଯେଭଳି ଫାର୍ଶ କଲେ ନବୀନ ସରକାର ତାହା ସମସ୍ତେ ଦେଖୁଛନ୍ତି । ସେମାନଙ୍କ ଦେଶାନ୍ତରଣ ପ୍ରଶ୍ନରେ ନବୀନ ସରକାର ପରୋକ୍ଷରେ ଏଭଳି କାର୍ଯ୍ୟ କରିଥିଲେ ଯାହାଫଳରେ ନାମମାତ୍ର ଚିହ୍ନଟ ବାଂଲାଦେଶୀଙ୍କୁ ବିଦା କରାଯାଇ ପାରିଲା ନାହିଁ। ସରକାର ବଦଳିବା ପରେ ଗତବର୍ଷ ସେପ୍ଟେମ୍ବର ମାସରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅନୁପ୍ରବେଶକାରୀ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କ ଚିହ୍ନଟ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭହେବବୋଲି ଘୋଷଣା କରିଥିଲେ । କିନ୍ତୁ କାର୍ଯ୍ୟରେ କାହିଁ ? ଯେଉଁ ଫର୍ମୂଲା ଦିଲ୍ଲୀ ସରକାର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ କରିଛନ୍ତି, ଓଡ଼ିଶାରେ ତାହା ଲାଗୁ ହେଉନାହିଁ କାହିଁକି ? ଗତ ୬ମାସ ହେଲା ଭାଜପା ସରକାର ରାସନକାର୍ଡ଼କୁ ନେଇ ତାମ୍ସା ଚଳାଇଛନ୍ତି । ଏହାଦ୍ଵାରା ବିଭାଗୀୟ ମନ୍ତ୍ରୀ ଓ ସରକାର ବାରମ୍ବାର ଅପଦସ୍ତ ହେଉଛନ୍ତି । ଏପର୍ଯ୍ୟନ୍ତ ମୋହନ ସରକାର ଭାବିପାରି ନାହାନ୍ତି ଯେ ଆଗକୁ ଏହି ବାଂଲାଦେଶୀ ଓ ରୋହିଙ୍ଗିଆ ମୁସଲମାନମାନେ କେଡ଼େ ସାଙ୍ଘାତିକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ । ଏଣୁ କେନ୍ଦ୍ର ସହାୟତାରେ ବଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ କାଳ ବିଳମ୍ବ ନକରି ଭାଜପା ସରକାର ଓଡ଼ିଶାରେ ସିଏଏ ଓ ଏନ୍ଆର୍ସି ଲାଗୁ କରିବା ଦରକାର । ପ୍ରାରମ୍ଭିକ ଭାବେ ରାସନ କାର୍ଡ଼ ନବୀକରଣ ପ୍ରକ୍ରିୟାରେ ଏହି ଅନୁପ୍ରବେଶକାରୀ ମୁସଲମାନମାନଙ୍କୁ ଚିହ୍ନଟ କରିବା ନିମନ୍ତେ ପଦକ୍ଷେପ ନେବେ କି ମୋହନ ସରକାର ? Post navigation ବିଜୁ ଜନତା ଦଳରେ ଅସ୍ତିତ୍ବ ସଂକଟ