କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂଆ ନିୟମ। ଏଣିକି ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ ଦଶମ ବୋର୍ଡ ପରୀକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି । ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି ।

ନୂଆ ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଚାପ କମାଇବାକୁ ସିବିଏସଇର ପଦକ୍ଷେପ । ଆସନ୍ତାବର୍ଷରୁ ବର୍ଷକୁ ୨ ଥର ପରୀକ୍ଷା ପାଇଁ ଅନୁମତି ମିଳିଛି । ଏହି ନିୟମ ୨୦୨୫-୨୦୨୬ ମସିହାରୁ ଲାଗୁ ହେବ । ପ୍ରଥମ ପରୀକ୍ଷା ଫେବୃଆରୀ ଓ ଦ୍ଵିତୀୟ ମେ ମାସରେ ହେବ। ଯିଏ ଅଧିକ ଭଲ କରିବାକୁ ଚାହୁଁଥିଵେ, ସେମାନେ ପ୍ରଥମ ସହ ଦ୍ଵିତୀୟ ପରୀକ୍ଷା ବି ଦେଇ ପାଇବେ। ହେଲେ ସେମାନଙ୍କ ପାଇଁ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ। ବର୍ଷକୁ ଦୁଇଥର ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସମ୍ପୂର୍ଣ୍ଣ ସିଲାବସ ଉପରେ ଆଧାରିତ ହେବ ।

କ୍ରୀଡା କୋଟାରେ ଆସିଥିବା ଛାତ୍ରଛାତ୍ରୀ ଯେ କୌଣସି ଗୋଟେ ପରୀକ୍ଷା ଦେଇ ପାରିବେ। ଉଭୟ ପରୀକ୍ଷା ପାଇଁ ସେଣ୍ଟର କରାଯିବ। ସ୍କୁଲ ଗୁଡିକ ସେଣ୍ଟର ଯୋଗ୍ୟ ନା ନୁହେଁ, ତାହା ବି ଯାଞ୍ଚ ହେବ। ତେବେ ଆସେସମେଣ୍ଟ ବା ପ୍ରାକ୍ଟିକାଲ ପରୀକ୍ଷା ଥରେ ହିଁ ହେବ। ଏ ନେଇ ଏକ ଚିଠା ଯୋଜନା ପ୍ରସ୍ତୁତ କରିଛି CBSE। ଯାହାର ମତାମତ ମାର୍ଚ୍ଚ ୯ ସୁଦ୍ଧା ଦେବାକୁ ଅଭିଭାବକ, ଶିକ୍ଷାବିତଙ୍କ ସମେତ ଅନେକ ମତାମତ ପାଇଁ ୱେବସାଇଟରେ ବ୍ୟବସ୍ଥା କରାଯାଇଛି। ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *