ଆଜି ବିଧାନସଭା ଗୃହରେ ବିଜେଡି ବିଧାୟକ ପ୍ରତାପ ଦେବ ରାଜସ୍ୱ ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ବିଗତ ସରକାର ସମୟରେ ଯେତିକି ବାତ୍ୟା ଆଶ୍ରୟସ୍ଥଳୀ ଘୋଷଣା ହୋଇଥିଲା, କାହିଁକି ସେହି କାର୍ଯ୍ୟ ତ୍ବରାନ୍ବିତ କରିନାହାନ୍ତି ? ୫୨ଟି ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇନାହିଁ ? ଏହାର ରହସ୍ୟ କଣ ବୋଲି ର ଲିଖିତ ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ବିଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା ସତ କିନ୍ତୁ କାର୍ଯ୍ୟକାରୀ ଶୂନ୍ । ଯେଉଁ ନିଷ୍ପତି ନେଇଥିଲେ, ବିଜେପି ସରକାରକୁ ଆସିଲେ କରିବ ବୋଲି ଛାଡ଼ି ଦେଇଥିଲେ । ପୂର୍ବ ସରକାର ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ କରିବା ପାଇଁ ରାଜସ୍ୱ ବିଭାଗ ନିଷ୍ପତି ନେଇନଥିଲା, ସେହି ନିଷ୍ପତି ନେଇଥିଲେ ଫାଇଭ ଟି । କାଗଜ ପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରିଥିଲେ ୫ଟି ।

ସୁୁରେଶ ପୂଜାରୀ ଏହା ମଧ୍ୟ କହିଛନ୍ତି, ୫ଟି ସେତେବେଳେ କେତେ ଶକ୍ତିଶାଳୀ ଥିଲା ତାହା ସମସ୍ତଙ୍କୁ ଜଣା । ୫ଟି ଘୋଷଣା ପରେ ବିଭାଗ ଏଷ୍ଟିମେଟ କଲା, ଟେଣ୍ଡର ହେଲା କିନ୍ତୁ ୱାର୍କ ଅର୍ଡର ବେଳକୁ ପଇସା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଖର୍ଚ୍ଚ କରିବେ ବୋଲି କୁହାଯାଇଥିଲା । ରିଲିଫ ପାଣ୍ଠିରୁ ଯେତିକି ଅର୍ଥ ନାହିଁ, ତା ଠାରୁ ଅଧିକ ଘୋଷଣା କରାଯାଇଥିଲା ।

ବିଜେପି ସରକାର ୫୦୦ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି। ସେଥିରେ ଏହି ୫୨ଟି ମଧ୍ୟ ହେବ । ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *