ତାମିଲନାଡୁରେ କାମ କରିବାକୁ ଯାଇଥିବା ଜଣେ ୨୭ ବର୍ଷୀୟ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ । ବନ୍ଧୁକ ଦେଖେଇ ଭୟଭୀତ କରି ନିଜ ସ୍ୱାମୀ ଓ ତିନି ବର୍ଷର ଛୁଆ ସାମନାରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ଅଭିଯୋଗ ପରେ ତିରୁପୁରୁ ନର୍ଥ ଅଲ୍-ୱମ୍ୟାନ୍ ପୁଲିସ୍ ମଙ୍ଗଳବାର ରାତିରେ ଏହି ୩ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏହା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ସୂଚନା ମିଳିଛି । ସେମାନେ ହେଲେ ମହମ୍ମଦ ନଦିମ୍(୨୪), ମହମ୍ମଦ ଡାନିସ୍(୨୫) ଏବଂ ମହମ୍ମଦ ମୁର୍ଶିଥ୍(୨୦) ଧରାପଡ଼ିଛନ୍ତି । କାମ ପାଇଁ ୩ ବର୍ଷର ଛୁଆକୁ ଧରି ଏକ ଓଡ଼ିଆ ଦମ୍ପତ୍ତି ତାମିଲନାଡୁ ଆସିଥିଲେ । ବୁଲି ବୁଲି କାମ ଖୋଜୁଥିଲା ବେଳେ ତିରିପୁର ରେଳଷ୍ଟେସନ ନିକଟସ୍ଥ ପୁଷ୍ପା ଜଙ୍କସନ୍ ରେ ଟ୍ରେନ୍ ଅପେକ୍ଷାରେ ବସିଥିଲେ । ସେତିକି ବେଳେ ୩ ଅଭିଯୁକ୍ତ ମହମ୍ମଦ ନଦିମ, ମହମ୍ମଦ ଦାନିସ୍ ଓ ମହମ୍ମଦ ମୁର୍ସିତ୍ ସେମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିଜ ସାଙ୍ଗରେ ନେଇ ଯାଇଥିଲେ। କାମଧନ୍ଦା ଯୋଗାଇ ଦେବାର ପ୍ରଲୋଭନ ଦେଇ ସେମାନେ ଲକ୍ଷ୍ମୀ ନଗର ଅଞ୍ଚଳରେ ଥିବା ସେମାନଙ୍କ ଭଡ଼ା ଘରକୁ ନେଇ ସେଠାରେ ରାତିରେ ରହିଯିବାକୁ ବାଧ୍ୟ କରିଥିଲେ । ତେବେ ଯୋଜନା ମୁତାବକ ସଂପୃକ୍ତ ବିହାରୀମାନେ ରାତି ଅଧରେ ନାରକୀୟ କାଣ୍ଡ ଆରମ୍ଭ କରିଥିଲେ । ନିଦରେ ଶୋଇଥିବା ଓଡ଼ିଆ ମହିଳାଙ୍କୁ ପ୍ରଥମେ ବଳାତ୍କାର ଉଦ୍ୟମ କରିଥିଲେ । ତାଙ୍କ ଚିତ୍କାର କରିବାରୁ ସ୍ୱାମୀ ଏବଂ ତିନି ବର୍ଷର ଛୁଆ ନିଦରୁ ଉଠିପଡ଼ିଲେ । ୩ ଶ୍ରମିକ ପୁରୁଷ ଜଣଙ୍କୁ ଏକ ଦୌଡ଼ିରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ତିରୁପୁର ନର୍ଥ ମହିଳା ଥାନାକୁ ଆସି ପୁଲିସକୁ ସମସ୍ତ ଘଟଣା ଜଣାଇ ଏତଲା ଦେଇଥିଲେ । ପୁଲିସ ଏହାକୁ ଗ୍ରହଣ କରିବା ସହ ତୁରନ୍ତ ସେହି ରାତିରେ ହିଁ ସେହି ଭଡ଼ା ଘରୁ ତିନି ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା । ଆହତ ଓଡ଼ିଆ ଦମ୍ପତ୍ତିଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ପୁଲିସ । Post navigation ଆଜି ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଉପମୁଖ୍ୟମନ୍ତ୍ରୀ ହେଲେ ପରବେଶ ବର୍ମା