ସମ୍ବଲପୁର ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବୁର୍ଲା ସହରର ମେଟାକନୀ ମନ୍ଦିର ପଛପଟ ପଡିଆରୁ ଉଦ୍ଧାର କଲା ପୋଲିସ । ଛାତ୍ରୀ ଜଣଙ୍କ ବୁର୍ଲାରେ ପରିବାର ସହ ରହନ୍ତି ଏବଂ ବିଶ୍ବବିଦ୍ୟାଳୟ ପିଜି ଶେଷ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବେ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଅଧିକ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଭୁବନେଶ୍ବରର ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଛାତ୍ରୀଙ୍କୁ ଯେଉଁମାନେ ଆକ୍ରମଣ କରିଥିଲେ ସେମାନେ କିଏ ଓ କାହିଁକି ଯୁବତୀଙ୍କୁ ଆକ୍ରମଣ କଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ବୁର୍ଲା ପୋଲିସ ନିଜ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ; ଗତକାଲି ଅପରାହ୍ଣରେ ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରେ ୨ଟି ଅଟୋରିକ୍ସାରେ ପ୍ରାୟ ୧୦ ରୁ ୧୨ ଜଣ ଲୋକ ସଂପୃକ୍ତ ଛାତ୍ରୀଙ୍କ ସହ ଘଟଣା ସ୍ଥଳରେ ଓହ୍ଲାଇଥିଲେ ଏବଂ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଜଣେ ଏକ ପଥରରେ ତାଙ୍କ ମୁଣ୍ଡକୁ ପିଟି ଦେବା ଫଳରେ କପାଳରୁ ରକ୍ତସ୍ରାବ ହୋଇଥିଲା। ଯୁବତୀଙ୍କୁ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକେ ପାଟି କରିବା ପରେ ଯୁବକମାନେ ଛାଡି ପଳାଇଥିଲେ । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି ଛାତ୍ରୀଙ୍କୁ ମେଡିକାଲ ନେବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । Post navigation ଦିଲ୍ଲୀ ସରକାର: ରେଖା ଗୁପ୍ତାଙ୍କ ସହ ଶପଥ ନେବେ ୬ ମନ୍ତ୍ରୀ ଆଜି ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା