ଆଜି ଠାରୁ ଆରମ୍ଭ ଯୁକ୍ତ ୨ର ପରୀକ୍ଷା । ଏହି ପରୀକ୍ଷା ଆଜି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପରୀକ୍ଷାର ସୁପରିଚାଳନା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର୍‌ ପିଲାମାନେ ଏମ୍‌ଆଇଏଲ୍‌ (ଓଡ଼ିଆ) ପରୀକ୍ଷା ଦେବେ। ଏହାର ପରଦିନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗରେ ସାହିତ୍ୟ ପରୀକ୍ଷା ହେବ । ରାଜ୍ୟରେ ୧୧୬୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବ ।

ରାଜ୍ୟରେ ଚଳିତବର୍ଷ ବର୍ଷ ୩,୯୩,୬୧୮ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଯୋଗ ଦେବେ । କଳା ବିଭାଗରେ ସର୍ବାଧିକ ୨,୪୭,୩୯୧ ଜଣ , ବିଜ୍ଞାନ ବିଭାଗରେ ୧,୧୪,୯୮୦, ବାଣିଜ୍ୟ ବିଭାଗରେ ୨୫,୫୨୬ ଓ ଧନ୍ଦାମୂଳକ ବିଭାଗରେ ୫,୭୨୧ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଅନ୍ୟପଟେ ନକଲ ରୋକିବାକୁ ସ୍ୱତନ୍ତ୍ର ପାଞ୍ଚ ସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସିସିଟିଭି ସବୁ ପରୀକ୍ଷା କେନ୍ଦ୍ରରେ ଲଗାଯାଇଛି । ଏହା ଦ୍ୱାରା ଯାଞ୍ଚ ପ୍ରକିୟା ଆହୁରି ସୁଗମ ହେବ ।

 

Leave a Reply

Your email address will not be published. Required fields are marked *