ରାଜ୍ୟରେ ମରୁଡ଼ି ପଡ଼ିଛି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀ । ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ ଖାଲିଥିବା ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ରାଜ୍ୟରେ ଓଡ଼ିଶା କ୍ୟାଡରରେ ୨୪୮ ଆଇଏଏସ୍ ପଦବୀ ଥିବାବେଳେ ମାତ୍ର ୧୮୨ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି ଏବଂ ୬୬ଟି ପଦବୀ ଖାଲି ରହିଛି । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ ପଦବୀ ସଂଖ୍ୟା ୧୯୫ ଥିବା ବେଳେ ୬୯ ଟି ପଦବୀ ଖାଲି ଅଛି । ୧୦ ଜଣ ଆଇପିଏସ ଅଧିକାରୀ ବର୍ତ୍ତମାନ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । Post navigation ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ୪ ବର୍ଷରେ ରାଜ୍ୟରେ ନିଖୋଜ ଅଛନ୍ତି ୩୬୪୨୦ ମହିଳା ଓ ୮୪୦୩ ଜଣ ଶିଶୁ