ନିଜ ହକ ପାଇଁ ରାଜ ରାସ୍ତାକୁ ଓହ୍ଲାଇ ଶିକ୍ଷକ । ସରକାର ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶିକ୍ଷକଙ୍କ ବହୁ ଦିନର ଦାବି ପୂରଣ କରୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ। ଜୁନ ୨୦୦୮ରୁ ଡିସେମ୍ବର ୨୦୧୩ ମଧ୍ୟରେ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତ ଶିକ୍ଷକ ଓ ଅଣଶିକ୍ଷକମାନେ ଅନୁଦାନ ଦାବିରେ ଆନ୍ଦୋଳନ କରିଛନ୍ତି ଶିକ୍ଷକ । ବିକଶିତ ଓଡ଼ିଶାର ସ୍ଲୋଗାନ ଦେଉଥିବା ସରକାର ଆମ କଥା ବୁଝନ୍ତୁ ବୋଲି ରାଜରାସ୍ତାରେ ଗର୍ଜିଛନ୍ତି ଅଧ୍ୟାପକମାନେ। ଏହା ସହ ସରକାର ତୁରନ୍ତ ସରକାରୀ ଅନୁଦାନ ନ ଦେଲେ ଆଗକୁ ଆତ୍ମାହୁତି ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛି ସଙ୍ଘ।

ସେମାନେ କହିଛନ୍ତି ଆମେମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଛୁ କିନ୍ତୁ ଆମ ଛୁଆପିଲାଙ୍କ କଥା କିଏ । ଦୁଇ ତିନି ହଜାର ଟଙ୍କାରେ ପରିବାର କେମିତି ଚାଲୁଛି ସରକାର ଜାଣିବା ଦରକାର।

ସୂଚନା ଯୋଗ୍ୟ; ୨୦୨୪ ନଭେମ୍ବରରେ ଏମାନେ ଆନ୍ଦୋଳନ କଲାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସରକାରୀ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମନ୍ତ୍ରୀଙ୍କ ପ୍ରତିଶୃତି ପୂରଣ ନ କରିବାରୁ ପୁଣି ଥରେ ଏହି ବର୍ଗରେ ଥିବା ଅଧ୍ୟାପକ ଓ ଅଣଶିକ୍ଷକମାନେ ରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *