BJP heads for landslide victory in Delhi

ଆଜି, ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ଯାଉଛି ।

ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପରଭେଶ୍‌ ବର୍ମା ଆଗୁଆ ରହିଛନ୍ତି । ୨୩୮ ଖଣ୍ଡ ଭୋଟ୍‌ରେ ପଛୁଆ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ନିର୍ବାଚନ କମିଶନଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ସଂଖ୍ୟାଗରିଷ୍ଠତା ଛୁଇଁଛି । ସମୁଦାୟ ୭୦ ବିଧାନସଭା ଆସନରୁ ବିଜେପି ୪୫ ଟି ଆସନରେ ଆଗୁଆ ଥିବାବେଳେ ଆପ ୨୫ ଟି ଆସନରେ ଆଗୁଆ ଅଛି, କଂଗ୍ରେସ ଏବେ ଯାଏଁ ଖାତା ଖୋଲି ନାହିଁ ।

ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହ ବର୍ମାଙ୍କ ଠାରୁ ୪୩୦ ଭୋଟରେ ପଛରେ ଅଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜୀ ଆସନରେ ଦକ୍ଷିଣ ଦିଲ୍ଲୀର ପୂର୍ବତନ ସାଂସଦ ରମେଶ ବିଧୁରିଙ୍କ ଠାରୁ ୩୨୩୧ ଖଣ୍ଡ ଭୋଟରେ ପଛରେ ଅଛନ୍ତି । ମନୀଷ ସିସୋଡ଼ିଆ ମଧ୍ୟ ପଛରେ ଅଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *