ଭୁବନେଶ୍ୱର, କଟକ, ପୁରୀକୁ ଭିଡ଼ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଜି ସୂଚନା ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସହରଗୁଡ଼ିକ ଏ-କ୍ଲାସ ସିଟି ଭାବେ କିପରି ପରିଚିତ ହେବ ଉଦ୍ୟମ ଚାଲିଛି । ସେହିପରି ଟ୍ୱିନ୍ ସିଟିକୁ ଭିଡ଼ ମୁକ୍ତ ପାଇଁ ଖର୍ଚ୍ଚ ହେବ ୧୦ କୋଟି ଟଙ୍କା। ଭୁବନେଶ୍ୱରରେ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ କଟକରେ ବି ସାଢ଼େ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ତ୍ତ ବିଭାଗ ଅଧୀନ ସମସ୍ତ ରାସ୍ତାକୁ ସମତଳ କରାଯିବ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । Post navigation ଚାଲିଛି ଆୟୁଷ୍ମାନ କାର୍ଡ଼ ଛପା; ଯୋଜନାରେ ସାମିଲ ହେବେ ସାଢ଼େ ୩ କୋଟି ଲୋକ: ସ୍ୱାସ୍ଥ୍ୟ ମନ୍ତ୍ରୀ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ