ଆୟୁଷ୍ମାନ ଯୋଜନା ସଂପର୍କରେ ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଆୟୁଷ୍ମାନ କାର୍ଡ ଛପା ଚାଲିଛି। ଆୟୁଷ୍ମାନ ଭାରତ ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଆୟୁଷ୍ମାନ ଭାରତ ସହ ଆଇଟି ଇଣ୍ଟିଗ୍ରେସନ ପ୍ରକ୍ରିୟା ମଧ୍ୟ ଚାଲିଛି  ।

ସୂଚନା ଯୋଗ୍ୟ; ରାଜ୍ୟ ସରକାର ଚଳିତ ମାସ ଫେବୃଆରୀରୁ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ସହ ଏପ୍ରିଲରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବ ବୋଲି ସୂଚନା ମିଳିଥିଲା ।ଏହି ଯୋଜନା ଦେଶର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଜଣେ ଏହାର ବ୍ୟବହାର କରିପାରିବ। ଏହି ଯୋଜନା ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ।

Leave a Reply

Your email address will not be published. Required fields are marked *