ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଲା ଆମେରିକାର ସାମରିକ ବିମାନ ସି-୧୭  । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ପ୍ରଥମ ବ୍ୟାଚ୍‌ରେ ୨୦୫ ଭାରତୀୟ ଅମୃତସର ଫେରିଛନ୍ତି। ବିମାନଟି ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି । ଏଠାରେ ପୋଲିସ ଏବଂ ପ୍ରଶାସନ ସଜାଗ ରହିଛନ୍ତି । ଅନୁପ୍ରବେଶ ରୋକିବାକୁ ଟ୍ରମ୍ପ୍‌ ପ୍ରଶାସନର କଠୋର ପଦକ୍ଷେପ ନେଇଛନ୍ତି ।

ସୂଚନା ମୁତାବକ, ଅବୈଧ ପ୍ରବାସୀଙ୍କୁ ନିଜ ଦେଶକୁ ପଠାଇବାର ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ବହୁ ସଂଖ୍ୟକ ଅବୈଧ ପ୍ରବାସୀଙ୍କୁ ଆମେରିକାରୁ ନିର୍ବାସିତ କରାଯାଉଛି ।  ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ଆମେରିକାରୁ ପ୍ରାୟ ୧୧ ନିୟୁତ ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରିବା ବିଷୟରେ କହିଥିଲେ । ଆମେରିକା ପ୍ରାୟ ୧୮,୦୦୦ ଭାରତୀୟ ପ୍ରବାସୀଙ୍କୁ ଚିହ୍ନଟ କରିଛି ଯେଉଁମାନେ ଆମେରିକାରେ ଅବୈଧ ଭାବରେ ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *