ବଜେଟରେ ଚାଷୀଙ୍କ ପାଇଁ ରହିଛି ଖୁସି ଖବର । କୃଷି ହେଉଛି ଆମର ପ୍ରଥମ ଇଞ୍ଜିନ୍ କହି ଆଜି ବଜେଟରେ ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହି ବଜେଟ୍ ଅନ୍ତର୍ଭୁକ୍ତ କୃଷକଙ୍କ ପାଇଁ। କୃଷି ହେଉଛି ଆମ ଦେଶ ପ୍ରଥମ ଇଞ୍ଜିନ୍। କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସହିତ ମିଶି ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଚଲାଇବେ। ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲା, ମଧ୍ୟମ ଫସଲ ଗଠନ ଏବଂ ସାଧାରଣରୁ କମ୍ ଋଣ ପ୍ରଚାଳନକୁ ପ୍ରତ୍ସାହିତ କରିବ। ଏହା ସହିତ, କିଷାନ କ୍ରେଡିଟ୍ କାର୍ଡର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। କିସାନ କ୍ରେଡିଟ୍ କାର୍ଡର ଲିମିଟ ୨ ଲକ୍ଷ ଟଙ୍କା ରହିଥିଲା, ଯାହା ଏବେ ୫ ଲକ୍ଷ ଟଙ୍କା ହୋଇଛି । ଦେଶକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ଆମକୁ ରାଜ୍ୟମାନଙ୍କ ସହ ମିଶି କାମ କରିବାକୁ ପଡିବ। ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆମର ଫୋକସ ରହିଛି । ବଜେଟରେ ରପ୍ତାନି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। Post navigation ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍: MSME ବିକାଶ ଉପରେ ଗୁରୁତ୍ବ ବଜେଟ୍ ଉପସ୍ଥାପନ ସମୟରେ ସଂସଦରେ ହଙ୍ଗାମା; କକ୍ଷ ତ୍ୟାଗ କଲେ ବିରୋଧୀ ଦଳ ସାଂସଦ