କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହି ସମୟରେ ବଜେଟରେ ଏମଏସଏମଇ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।  ଏମଏସଏମଇ ବିକାଶର ଦ୍ବିତୀୟ ଇଞ୍ଜିନ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମଏସଏମଇ କିମ୍ବା ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପାଇଁ ବର୍ତ୍ତମାନର ୫ କୋଟିରୁ ୧୦ କୋଟି ଟଙ୍କା ପର୍ୟ୍ୟନ୍ତ ଋଣ ବୃଦ୍ଧି ଘୋଷଣା କରିଛନ୍ତି। ନିର୍ମଳା ସୀତାରମଣ ବଜେଟରେ ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ୍‌ ରହିଛି ବୋଲି କହିଛନ୍ତି।

ସେ କହିଛନ୍ତି ଏମଏସଏମଇ କ୍ଷେତ୍ରର ବିକାଶ ହେଉ। ୧କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟିକୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରିବୁ । ଷ୍ଟାର୍ଟଅପ୍ ପାଇଁ ୧୦ କୋଟିରୁ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିବ । ଏମଏସଏମଇ କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ ଏମଏସଏମଇ ଦ୍ବରା ଅଧିକ ନିଯକ୍ତି ଦେଇ ହେବ । ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ମାଇକ୍ରୋ ଏଣ୍ଟରପ୍ରାଇଜେସ୍ ପାଇଁ କଷ୍ଟୋମାଇଜଡ୍ କ୍ରେଡିଟ୍ କାର୍ଡ ୫ଲକ୍ଷ ଟଙ୍କା ସୀମା ୪ ରହିବ।  ପ୍ରଥମ ବର୍ଷରେ ୧୦ ଲକ୍ଷ କାର୍ଡ ପ୍ରଦାନ କରାଯିବ । କିଷାନ କ୍ରେଡିଟ୍ କାର୍ଡ ରେ ୭.୦୭ ଜଣ କୃଷକଙ୍କୁ ଋଣ ପ୍ରଦାନ କରାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ଆମର ୪୫ ପ୍ରତିଶତ ରପ୍ତାନି ପାଇଁ ଏମଏସଏମଇ ଦାୟୀ । ଆମକୁ ଏମଏସଏମଇପାଇଁ ଋଣ ଉପଲବ୍ଧତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍‌ ରହିଛି। ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ। ଏହା ସହ ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ବ ଦିଆଯିବ । ଆଗକୁ ଭାରତ ହେବ ଖେଳନା ଶିଳ୍ପର ଗ୍ଲୋବାଲ୍‌ ହବ୍‌।

Leave a Reply

Your email address will not be published. Required fields are marked *