ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ। ଦୋଷୀ ପ୍ରବୀଣ ଧୁରିଆକୁ ଆଜୀବନ ଶୁଣାଇଲେ ଏଡିଜେ କୋର୍ଟ । ଟଙ୍କା ନ ଦେବାରୁ ଘରେ ପଶି କୁଳପତି ପୂର୍ବତନ ଭିସି ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପ୍ରବୀଣ ଧୁରିଆ । ସୂଚନା ଯୋଗ୍ୟ; ଜୁନ ୨୭, ୨୦୨୧ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ ନାୟକ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ପ୍ରବୀଣ ଧୁରିଆ ଦୁର୍ବୃତ୍ତର ଟାଙ୍ଗିଆ ଚୋଟରେ ମୃତ୍ୟୁବରଣ କରିଥିଲେ। ପ୍ରବୀଣ ଧୁରୁଆ ସକାଳେ ତାଙ୍କ ଘରକୁ ଯାଇ ମଦ୍ୟପାନ କରିବା ଲାଗି ୧୦୦ଟଙ୍କା ମାଗିଥିଲା । ଏହାକୁ ନେଇ ଦୁର୍ବୃତ୍ତ ଓ ପ୍ରଫେସର ନାଏକଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହେବା ପରେ ଦୁର୍ବୃତ୍ତ ଜଣଙ୍କ ଟାଙ୍ଗିଆରେ ଗୋଟିଏ ଚୋଟ ମାରିଥିଲା । ଗୁରୁତର ଅବସ୍ଥାରେ ପ୍ରଫେସର ନାଏକଙ୍କୁ ପରିବାର ଲୋକେ ଝାରସୁଗୁଡା ସହର ସ୍ଥିତ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। Post navigation ରାଷ୍ଟ୍ରପତିଙ୍କୁ ପୁଅର୍ ଲେଡି କହିଲେ ସୋନିଆ ଗାନ୍ଧି; କ୍ୟାମେରାରେ ହେଲା କଥାବାର୍ତ୍ତା କଏଦ୍ ପୁରୀ ଜିଲ୍ଲା ହଇଜା ଭୟାନକ ସ୍ଥିତି; ଉଦବେଗ ପ୍ରକାଶ କଲେ ନବୀନ