ଆସନ୍ତା ଫେବୃୟାରୀ ୯ରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଏଥିପାଇଁ ଆଜି କଟକ ବାରବାଟି ଷ୍ଟାଡିୟମରେ ପହଞ୍ଚି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୯ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୯ ତାରିଖରେ ଭାରତ-ଇଂଲଣ୍ଡ ମ୍ୟାଚ୍ ଖେଳାଯିବ । ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍  ପାଇଁ ସମସ୍ତ ପ୍ରସ୍ତୁତି ସନ୍ତୋଷଜନକ । ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ୍ । ସମୟ ଅନୁସାରେ ପ୍ରସ୍ତୁତି ସବୁ ଠିକ୍ ଚାଲିଛି । ମ୍ୟାଚ ପାଇଁ ଗୋଟିଏ ସଙ୍ଗୀତ ଉନ୍ମୋଚନ କରାଯାଇଛି। ଆଶା କରିବି ଏଥର ମ୍ୟାଚ୍ ବହୁତ ଉତ୍ସାହପୂର୍ଣ୍ଣ ହେବ ।

ଅନ୍ୟପଟେ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଯାହାର ସମ୍ପୂର୍ଣ ତଦାରଖ କରିଛନ୍ତି ଓସିଏର ପ୍ରିନ୍ସିପାଲ କନସଲଟାଣ୍ଟ ବିଷ୍ଣୁ ପ୍ରସାଦ ମହାପାତ୍ର। ଚଳିତ ବର୍ଷ ମ୍ୟାଚରେ ପ୍ରତି ତିନୋଟି ପୁରୁଷ କାଉଣ୍ଟରରେ ଗୋଟିଏ ମହିଳା କାଉଣ୍ଟର ରଖାଯାଇଛି।

Leave a Reply

Your email address will not be published. Required fields are marked *