ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଜାରି ରହିଥିବା ବେଳେ ଆଜି ପବିତ୍ର ମୌନି ଅମାବାସ୍ୟା ଅବସରରେ ଆୟୋଜିତ ହେବାକୁ ଥିବା ଅମୃତସ୍ନାନ ପୂର୍ବରୁ ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟାରେ ମହାସ୍ନାନ ପାଇଁ କୋଟିକୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ପହଞ୍ଚି ବୁଡ଼ ପକାଇବା ବେଳେ ଦଳାଚକଟା ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାଫଳରେ ଦଳାଚକଟାରେ ୫୦ ଜଣ ଆହତ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହା ସହ ଦଳଚକଟା ପରେ ଅମୃତସ୍ନାନ ରଦ୍ଦ କରିଛି ଆଖଡ଼ା ସଂଘ। ଘାଟରୁ ଶ୍ରଦ୍ଧାଳୁଙ୍କୁ ଖାଲି କରିବାକୁ କୁହା ଯାଉଛି । ଅନ୍ୟପଟେ ଦୁର୍ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୁରନ୍ତ ଆବଶ୍ୟକୀୟ ସହାୟତା ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। Post navigation ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ଏୟାରଲିଫ୍ଟ ହେଲେ ବିଶ୍ବଭୂଷଣ ହରିଚନ୍ଦନ ଶହେତମ ଉତ୍କ୍ଷେପଣ କରି ଇତିହାସ ରଚିଲା ଇସ୍ରୋ