ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା କୁମ୍‌କୀ ହାତୀ ଭବାନୀର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ୧୦ରେ ଏହି ଖବର ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ସାଢେ ୭ଫୁଟରୁ ଉଚ୍ଚ ମୃତ ଭବାନୀର ବୟସ ୮୦ବର୍ଷ ହେବ ବୋଲି ଜଣାପଡିଛି । ତେବେ ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି  । ଆଜି ପୋଷ୍ଟମର୍ଟମ କରାଯିବ ବୋଲି ବନ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ହାତୀ ‘ଭବାନୀ’କୁ ୨୦୦୧ରେ କର୍ଣ୍ଣାଟକରୁ ଓଡ଼ିଶା ଆସିଥିଲା। ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଶୋଭା ହାତୀ ପିଠିରେ ବସି କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ଭବାନୀ। ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ଭବାନୀର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲଖନୀୟ ରହିଥାଏ। ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା  କିଛି ଦିନ ହେବ ଭବାନୀ ଅସୁସ୍ଥ ଥିବା ବେଳେ ତା’ର ଚିକିତ୍ସା ଚାଲିଥିଲା । କିନ୍ତୁ ଚିକିତ୍ସିତ ଅଭାବରେ ଶେଷରେ ଆଖି ବୁଜିଛି ଭବାନୀ ।

Leave a Reply

Your email address will not be published. Required fields are marked *