ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ରହଣି ଅଞ୍ଚଳକୁ ନୋ ଡ୍ରୋନ୍ ଜୋନ୍ ତଥା ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ଆସନ୍ତାକାଲି ୧୦ ଘଟିକା ସମୟରେ ମୋଦିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକା ୩୦ ମିନିଟ୍ ସମୟରେ ଜନତା ମଇଦାନ ଠାରେ ଆୟୋଜିତ ଉତ୍କର୍ଷ ଓଡ଼ିଶା କନକ୍ଳେଭକୁ ଉଦ୍ଘାଟନ କରିବେ । ଭୁବନେଶ୍ୱର ବିମାନବନ୍ଦରଠୁ ରାଜଭବନ ଓ ଜନତା ମୈଦାନକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । Post navigation ପ୍ରକାଶ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଓ ମୁଖ୍ୟ ନିର୍ବାଚନ କମିଶନର ହେଲେ ମଧୁସୂଦନ ପାଢ଼ୀ ରେଭେନ୍ସା ବାଳିକା ବିଦ୍ୟାଳୟର ହେବ ପୁନଃ ବିକାଶ; ୮୬.୯୧ କୋଟି ଟଙ୍କା ମଞ୍ଜୁର କଲା ଶିକ୍ଷା ମନ୍ତ୍ରଣାଳୟ