ଅସୁରକ୍ଷିତ ରାଜଧାନୀ ଭୁବନେଶ୍ଵର। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣାର ତଦନ୍ତ ଚାଲୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ନିରଞ୍ଜନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆରେ ସରକାରଙ୍କୁ ଦାୟୀ କରିବା ସହ ରାଜଧାନୀବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ପ୍ରକଟ କରି ଲେଖିଛନ୍ତି ବିଗତ କାଲି ମୋର ଭୁବନେଶ୍ୱରର ଘରେ ଚୋରି ହୋଇଛି। ଏହି ଘଟଣା କେବଳ ମୋର ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ।ସରକାର ଅବହେଳା କାରଣରୁ ଆମେ ଆଜି ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡ଼ିଛି। ଓଡିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଏବଂ ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ। ଭୁବନେଶ୍ୱରକୁ ସୁରକ୍ଷିତ ରଖିବାକୁ ଅପିଲ କରିଛନ୍ତି ନିରଞ୍ଜନ ।

ସୂଚନା ଯୋଗ୍ୟ ; ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନ ପଟ୍ଟନାୟକଙ୍କ ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଛି । ପୁଅ ବୋହୂ ସାତପଡା ଯାଇଥିବାବେଳେ ଦୁର୍ବୃତ୍ତ ଘରେ ପଶି ଲୁଟ୍‌ପାଟ୍‌ କରିଥିଲେ । ଆଲମିରା ଲକର ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଓ ନଗଦ ଟଙ୍କା ଲୁଟ ହୋଇଛି। ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *