ନବ ବାସ ହତ୍ୟାକାଣ୍ଡ ଚକ୍ରାନ୍ତକୁ ନବୀନ ସରକାର, କ୍ରାଇମବ୍ରାଞ୍ଚ ଏବଂ କିଛି ବରିଷ୍ଠ ପୁଲିସ ଅଧିକାରୀ କବର ଦେଇସାରିଛନ୍ତି । ସିବିଆଇ ତଦନ୍ତ ଦ୍ବାରା କିଛି ଲାଭ ମିଳିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। ଇତିଶ୍ରୀ ହତ୍ୟା ମାମଲାରେ ଯାହା ହୋଇଥିଲା ନବ ବାସ ହତ୍ୟାକାଣ୍ଡ ମାମଲାରେ ମଧ୍ୟ ସିବିଆଇ ତଦନ୍ତ ଦ୍ବାରା ତାହା ହିଁ ହେବ। ଚକ୍ରାନ୍ତକାରୀ ସମ୍ପୂର୍ଣ୍ଣ ସୁରକ୍ଷିତ କରିସାରିଛନ୍ତି ନବୀନ ସରକାରକୁ । ଏ ସହିତ ଅଭିଯୁକ୍ତ ଗୋପାଳ ଦାସ ମଧ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଇପାରନ୍ତି । ସମସ୍ତେ ଜାଣିବାକୁ ଫାଣ୍ଡି ଅଧିକାରୀ ଗୋପାଳ ଦାସ ତାଙ୍କୁ ହତ୍ୟା କରିଲା । କିନ୍ତୁ ଆଉ କେହି ଅସଲ ହତ୍ୟାକାରୀ ସେହି ସନ୍ଦେହ ସେତେବେଳେ ମଧ୍ୟ କରାଯାଇଥିଲା। ଏବେ ଅନେକ ତଥ୍ୟ ସେହି ଆଶଙ୍କାକୁ ବଳବତ୍ତର କରୁଛି । ନବ ଦାସ ହତ୍ୟାକାଣ୍ଡର ଚକ୍ରାନ୍ତକାରୀମାନଙ୍କୁ ସୁରକ୍ଷା ଦେବା ଲାଗି ଗୋପାଳକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିଲା। ଏବେ ସେ ମଧ୍ୟ ଖସି ଯିବାକୁ ବସିଛନ୍ତି । ଏବେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି ତାହା ହେଉଛି ଅଭିଯୁକ୍ତ ଗୋପାଳ ଦାସଙ୍କ ବ୍ୟବହୃତ ରିଭଲଭରକୁ ବଦଳାଇ ଦିଆଯାଇଛି। ଏଥିପାଇଁ ଜଣେ ଆଇପିଏସ୍ ଅଫିସର ଜଘନ୍ୟ ଭୂମିକା ଗ୍ରହଣ କରିଥିବାର ଅଭିଯୋଗ ହେଲାଣି। ଏହାଦ୍ଵାରା ପ୍ରତିପକ୍ଷ ଆଡଲୋକେଟ ଫରେନସିକ ରିପୋର୍ଟ ଆଧାରରେ ପ୍ରମାଣ କରିଦେବେ ଯେ, ଗୋପାଳ ବନ୍ଧୁକରୁ ଗୁଳି ମାଡ଼ କରାଯାଇନାହିଁ । ଆଉ କାହା ଗୁଳିରେ ନବ ଦାସ ପ୍ରାଣ ହରାଇଥାଇପାରନ୍ତି ବୋଲି ସରକାରୀ ଓକିଲ ଏହାକୁ କେମିତି ଖଣ୍ଡନ କରିବେ । ନବ ଦାସ ପ୍ରାଣ ହରାଇଥିବା ଗୁଳି ମିଳି ନାହିଁ । ନବ ଦାସ ପିନ୍ଧି ଥିବା ଶେଷ ସାର୍ଟ (ରକ୍ତ ଭିଜା )ନାହିଁ । ଏଣେ ଫରେନସିକ୍ ରିପୋର୍ଟରେ ବନ୍ଧୁକ ବାବଦରେ ଯେଉଁ ତଥ୍ୟ ଅସିଛି ତାହା ଗୋପାଳକୁ ଦୋଷମୂକ୍ତ କରିବା ପାଇଁ ଯଥେଷ୍ଟ । Post navigation ନୟାଗଡ଼ ମାଟିତଳେ ଲିଥିୟମ୍ ଭଣ୍ଡାର ଆଜିଠୁ ଆରମ୍ଭ ହେଲା ଚିଲିକାରେ ଡଲଫିନ୍ ଗଣନା