ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ୫୨ଟି ବନଖଣ୍ଡରେ ଏକକାଳୀନ ପକ୍ଷୀ ଗଣନା କରାଯାଉଛି । ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ ଓ ସମ୍ବଲପୁରରେ ପକ୍ଷୀଗଣନା ଆରମ୍ଭ ହେଉଛି । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ବିଦେଶାଗତ ପକ୍ଷୀ ଗଣନା।  ଗଣନା ସମୟରେ ମତ୍ସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳକୁ ବାରଣ କରାଯାଇଛି ।

ଏହି ପକ୍ଷୀ ଗଣନାରେ ଭିତରକନିକାରେ ୫ଟି ରେଂଜରେ ୧୮ଟି ଟିମ୍, ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ଟି ଟିମ୍, ଚିଲିକାର ୫ଟି ରେଂଜରେ ୨୧ ଟିମ୍‌, ପୁରୀ ବନଖଣ୍ଡ ୫ଟି ରେଂଜରେ ୨୫ ଟିମ୍ ଓ ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରେ ୩୨ଟି ଟିମ୍‌ ପକ୍ଷୀଗଣନା ପାଇଁ ନିୟୋଜିତ ହୋଇଛନ୍ତି ।

ପ୍ରତି ଗ୍ରୁପରେ ପକ୍ଷୀ ବିଶେଷଜ୍ଞ, ବନ କର୍ମଚାରୀଙ୍କ ସମେତ ୫-୬ ଜଣ ସଦସ୍ୟ ରହିଛନ୍ତି । ୨୦୨୪ରେ ୭ଟି ରେଞ୍ଜରେ ୩୨ ପ୍ରକାର ପକ୍ଷୀ ଚିହ୍ନଟ କରାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ଚଳିତ ବର୍ଷ ଅଧିକ ପକ୍ଷୀ ହେବେ ନା କମ୍ ।

Leave a Reply

Your email address will not be published. Required fields are marked *