ରସୁଲଗଡ଼ ଓଭର ବ୍ରିଜରେ ସଫେଇ ସଂଘ ସଭାପତି ସହଦେବ ନାୟକ ମୁଣ୍ଡ କାଟି ହତ୍ୟାକାଣ୍ଡ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କଲା ବିଜେଡି । ଭିଡିଓ ଦେଖାଇ ପୋଲିସକୁ ଟାର୍ଗେଟ କରିଛି ବିଜେଡି କହିଛି ହତ୍ୟା ପଛରେ ବହୁତ କିଛି ରହସ୍ୟ ଅଛି । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଦିଆଯାଇଥିଲା ଧମକ । ଡିସିପିଙ୍କୁ ବି ଏନେଇ ମିଳିଥିଲା ସୂଚନା । ହେଲେ ତଥାପି ସହଦେବଙ୍କୁ ହତ୍ୟା କରାଗଲା । ବିଜେଡି ଆଉ ମଧ୍ୟ କହିଛନ୍ତି ନଭେମ୍ବର ୩ ତାରିଖର ଭିଡିଓ ଦେଖାଇ ସହଦେବ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ସୁରକ୍ଷା ଦେଇପାରିଲାନାହିଁ । ପୋଲିସକୁ କହିବା ପରେ ବି ପୋଲିସ ତଦନ୍ତ ହେଲା ନାହିଁ । ହତ୍ୟା ପରେ ସହଦେବ ନାୟକଙ୍କ ହତ୍ୟାରେ ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ବାହାବାହା ନେବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ପଛରେ ସାଙ୍ଘାତିକ ଷଡଯନ୍ତ୍ର ଓ ରହସ୍ୟ ଅଛି । ନଭେମ୍ବର ୧ କିମ୍ବା ୨ ରାତିରେ ସହଦେବଙ୍କ ଘରକୁ କିଏ ଯାଇଥିଲେ। ତାହା ସହଦେବଙ୍କ ଘରେ ଥିବା ସିସିଟିଭି ଫୁଟେଜର ତଦନ୍ତ ହେବା ଦରକାର । ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠୁଛି । ହତ୍ୟାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର । Post navigation ସ୍ଥଗିତ ରହିଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଆଉ ୨ଦିନ ବଢିଲା ପ୍ରବାସୀ ଭାରତୀୟ ଦିବସ; ଷ୍ଟଲ ବୁଲିପାରିବେ ସାଧାରଣ ଜନତା