ଅନେକ ରୂପ, କେତେ ସ୍ବାମୀ ! କେତେ ନାଁ ! ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଚର୍ଚ୍ଚାରେ ବିଷ୍ଣୁପ୍ରିୟା ଚାନ୍ଦ, ହର୍ଷିତା ମିଶ୍ର, ହଂସିତା ଅଭିଲିପ୍ସା । ଜଣେ ମହିଳା, ଠକେଇ ପାଇଁ ନାଁ ବଦଳାଇବା ସହ ବଦଳାଉଥିଲେ ସ୍ବାମୀ । ତା’ପରେ ୪୨୦ର ନୂଆ ନୂଆ କୌଶଳ ଆପଣାଇଥିଲେ । ଅପରାଧର ନେଟୱର୍କର ଜାଲ ବିଛାଇଥିବା ମହିଳାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ସରୋଜ ସାହୁ । ତାଙ୍କୁ ରାଣୀ ସଜାଇ ତାଙ୍କ ପିଛା କରୁଥିଲେ କୋଟି କୋଟି ଟଙ୍କା ଆୟ । ତାଙ୍କ ଇସାରାରେ ଶୀକାର କରୁଥିଲେ ହଂସିତା । ଅଭିଯୁକ୍ତ ସରୋଜକୁ ସ୍ପେଶାଲ କ୍ରାଇମ ୟୁନିଟ କାବୁ କରିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଏବେ ଫିଟିବାରେ ଲାଗିଛି। ଠକେଇର ବଡ ନେଟୱାର୍କ ଜାଣିବା ପରେ କମିଶନରେଟ୍ ପୁଲିସର ଅଫିସରମାନେ ଚକିତ ହୋଇପଡିଛନ୍ତି । ଗୁରୁବାର ଦିନିକିଆ ରିମାଣ୍ଡରେ ଆସିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ଅଫିସରମାନେ ପହଞ୍ଚିବା ପରେ ଦୁହିଁଙ୍କୁ ଗୁଡେଇ ତୁଡେଇ ଜେରା କରିଥିଲେ । ଜେରା ସମୟରେ ଦମ୍ପତି ପୁଲିସକୁ କିଛି ଗୁରୁତ୍ବପୂର୍ଣ ତଥ୍ୟ ଦେଇଥିବା ଜଣାପଡିଛି । ଅନ୍ୟପଟେ ହଂସିକାଙ୍କ ଆଉ ଜଣେ ସ୍ଵାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କୁ ବୁଧବାର ଦୀର୍ଘ ସମୟ ଧରି ପଚରାଉଚରା କରିଥିଲା ପୁଲିସ। କେବଳ ମନୋଜ ନୁହେଁ, ତାଙ୍କ ବାପା ଓ ଭାଇଙ୍କୁ ମଧ୍ୟ ଆୟକର ବିଭାଗ ଜେରା କରିଥିଲା । ସେପଟେ କମିସନରେଟ୍ ପୁଲିସ୍ କହିଛି, ଦରକାର ପଡ଼ିଲେ ଆଉ ଥରେ ହଂସିକା ଓ ଅନୀଲଙ୍କୁ ରିମାଣ୍ଡରେ ଅଣାଯିବ। ଡିଜିଟାଲ ଡୋର ଖୋଲି ଭିତରେ ପଶିବା ପରେ ନେତା, ମନ୍ତ୍ରୀ, ପ୍ରଶାସକ, ଠିକାଦାରଙ୍କ ଲିଙ୍କ ସହ ଦାମୀ ହୋଟେଲରେ ରହୁଥିବା ବେଳର କିଛି ବିଲ ପାଇଛି ପୁଲିସ । ବିଜଦ ଓ କଂଗ୍ରେସ ଦଳର କିଛି ପ୍ରଭାବଶାଳୀ ବ୍ୟକ୍ତି ରାଜନେତା ଓ ପୂର୍ବତନ ମନ୍ତ୍ରୀଙ୍କ ଲିଙ୍କରେ ହଂସିତା ଥିବା ପୁଲିସ ଓ ଆୟକର କର ବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ନାମ ସହ କୋଟି କୋଟି ଟଙ୍କା ଡିଲ୍ କରୁଥିଲେ । ଅନ୍ୟ ପଟେ ପୁଲିସ ହଂସିତାଙ୍କଠାରୁ ଜବତ କରିଥିବା କାଗଜପତ୍ର ସହ ଡାଏରୀରେ ନେତାଙ୍କ ନାମ ଥିବା ଜଣାପଡିଛି । Post navigation ଦାଦନ ଦୁଃଖ: ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ଶ୍ରମିକ ମୃତ ସହଦେବ ନାୟକ ହତ୍ୟା: BMC ଅଫିସ ଘେରିଲେ ସଫେଇ କର୍ମଚାରୀ