ବ୍ରହ୍ମପୁର ବିଜେପି ସାଂସଦଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ଆଜି ସମସ୍ତ ମାମଲାରୁ ଦୋଷମୁକ୍ତ ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗତକାଲି ଦୁଇଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି ପ୍ରଦୀପ । ଏହା ପରେ ସତ୍ୟର ବିଜୟ ହେଲା ବୋଲି ନିଜର ସମର୍ଥକଙ୍କ ଗହଣରେ ଡଃ ପାଣିଗ୍ରାହୀ ସାମ୍ବାଦିକଙ୍କ ସାମ୍ନାରେ ବିବୃତ୍ତି ରଖିଛନ୍ତି। ଏହା ସହ ଗଣମାଧ୍ୟମ ସାମ୍ନାରେ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ମୋତେ ଫସେଇବା ପାଇଁ ଯେଉଁ ଯୋଜନା କରିଥିଲେ କୋର୍ଟ ମୋତେ ଆଶ୍ବସ୍ତି ଦେଇଛନ୍ତି । ମୋତେ ଦଳରୁ ବହିଷ୍କାର କଲେ। କିନ୍ତୁ ତାଙ୍କୁ ରାଜ୍ୟବାସୀ ବହିଷ୍କାର କରିଦେଲେ । ଜଣେ ବିଧାୟକ ଗିରଫ ହେଲା କିନ୍ତୁ ଗୃହ ମନ୍ତ୍ରୀ ହିସାବରେ ନୀରବ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନ ହେଲେ କେହି କିଛି କରିବେନି । ଜେଲ୍ ଭିତରେ ବି ମୋତେ ହଇରାଣ କରାଯାଇଛି । ଯିଏ ମୋତେ ଗିରଫ କରିଥିଲେ ସେ ପୁରସ୍କାର ପାଇ କମିଶନର ହେଲେ । ସେ ଆଉ ମଧ୍ୟ କହିଛନ୍ତି ବିଜେଡ଼ି ପାଞ୍ଜି ମୋ ପାଖରେ । ଓଡ଼ିଶା ନୂଆ ବର୍ଷରେ ଖୋଲିବି ନବୀନଙ୍କ ପାଞ୍ଜି। ପାଞ୍ଜି ଖୋଲିଲା ପରେ ଶେଷ ହୋଇଯିବ ବିଜେଡି । ଏହା ସହ କାର୍ତ୍ତିକଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି ନବୀନ, ପ୍ରଶ୍ନ ଉଠାଇଲେ ବ୍ରହ୍ମପୁର ସାଂସଦ । Post navigation ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ; ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣି ଉଠିଲା ପ୍ରଶ୍ନ କୋଟପାଡ଼ ପୂର୍ବତନ ବିଧାୟକ ସଦନ ନାୟକଙ୍କ ପରଲୋକ