ପୁଣି ଦୈନିକ ଖବରକାଗଜ ନିର୍ଭୟକୁ ଧମକପୂର୍ଣ୍ଣ ମେଲ୍ ପଠାଇଛି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ। ଆଜିଠୁ ଆରମ୍ଭ ହୋଇଥିବା ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବ୍ୟାଘାତ ସୃଷ୍ଟି ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ। ପ୍ରବାସୀ ଭାରତୀୟ ଦିବସକୁ ଆତଙ୍କ ଦିବସ କହି ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପ୍ରବାସୀ ଭାରତୀୟ ଦିବସକୁ ‘ଆତଙ୍କ ଦିବସ’ କହି ଏଥିରେ ଅଂଶଗ୍ରହଣ କରୁଥିବା ଇଣ୍ଡୋ-କାନାଡ଼ିଆନ ଏବଂ ଇଣ୍ଡୋ-ଆମେରିକୀୟ ହିନ୍ଦୁମାନଙ୍କୁ ଏସଏଫଜେ ତରଫରୁ ଆହ୍ୱାନ କରାଯାଇଛି ଯେ ସେମାନେ ମୋଦୀଙ୍କ ଉପରେ ଜୋତା ଫୋପାଡି ଦିଅନ୍ତୁ କିମ୍ବା ତାଙ୍କୁ ସାମ୍ନା କରନ୍ତୁ । କାନାଡ଼ାରେ ହୋଇଥିବା ହାର୍ଦ୍ଦିକ ସିଂ ନିଜାରର ହତ୍ୟା ପାଇଁ ଓ ଅନ୍ୟାନ୍ୟ ଖଲିସ୍ତାନୀ ଆତଙ୍କୀ ଓ ସମର୍ଥକଙ୍କ ହତ୍ୟା ଓ ହତ୍ୟା ଉଦ୍ୟମ ପାଇଁ ପନ୍ନୁ ମୋଦି ଓ RAW କୁ ଦାୟୀ କରିଛି । “କାନାଡା ଏବଂ ଯୁକ୍ତରାଷ୍ଟ୍ରର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରୁଥିବା କାର୍ଯ୍ୟରେ ଯୋଗ ଦେଇ ଆପଣ ବିପଦରେ ପଡ଼ିବେ ବୋଲି ପନ୍ନୁ ପ୍ରବାସୀ ଭାରତୀୟଙ୍କୁ ଚେତାବନୀ ଦେଇଛି । Post navigation ସମସ୍ତ ମାମଲାରୁ ଦୋଷମୁକ୍ତ ହେଲେ ପ୍ରଦୀପ ପାଣିଗ୍ରାହୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ RPF ଏଏସ୍ଆଇ ଗିରଫ