ସମସ୍ତ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେଲେ ବ୍ରହ୍ମପୁର ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହୀ। ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଥିଲା ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା ହୋଇଥିବା ବେଳେ ଗତକାଲି ସେ ଦୁଇଟି ମାମଲା ଓ ଆଜି ବାକି ଥିବା ଆଉ ତିନିଟି ମାମଲାରୁ ଦୋଷମୁକ୍ତ ହୋଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ତାଙ୍କୁ ଦୋଷମୁକ୍ତ କରାଇଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ; ଗୋପାଳପୁରର ବିଧାୟକ ଥିବା ସମୟରେ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାମରେ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ତଦନ୍ତ ପରେ ପ୍ରଦୀପଙ୍କ ନାଁରେ ୫ଟି ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଗତକାଲି ୨ଟି ମାମଲାର ଶୁଣାଣୀ ହୋଇଥିବା ବେଳେ ଆଜି ଆଉ ୩ଟି ମାମଲାର ଶୁଣାଣୀ ହୋଇଛି । ସମସ୍ତ ମାମଲାରେ ସେ ନିର୍ଦ୍ଦୋଷ ବୋଲି ପ୍ରାମଣିତ ହୋଇଛି । Post navigation ଷ୍ଟେନ୍ସ ହତ୍ୟା ମାମଲା: ଦାରା ସିଂହଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଓଡ଼ିଶା ଓ ସିବିଆଇକୁ ଜବାବ ମାଗିଲେ ସୁପ୍ରିମକୋର୍ଟ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋତା ମାରିବାକୁ ଆହ୍ୱାନ ଦେଲା ଆତଙ୍କୀ ପନ୍ନୁ