କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ । ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ହେବ କର୍କଟରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ସଞ୍ଜୟ ଶତପଥୀ । ଆଜି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ବିଶ୍ବବିଦ୍ୟାଳୟ ଇନ୍ଚାର୍ଜ ଭିସି ନିବେଦିତା ନାଥ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ; ୨୦୨୧, ଏପ୍ରିଲ ୧୬ରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଡାକ୍ତର ସଞ୍ଜୟ ଶତପଥୀ । ଚଳିତ ବର୍ଷ ଏପ୍ରିଲ ମାସରେ ସଞ୍ଜୟ ଶତପଥୀ ଦୂରାରୋଗ୍ୟ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ପ୍ରଥମେ ମୁମ୍ବାଇର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାଣ ହରାଇଛନ୍ତି । ଡାକ୍ତର ସଞ୍ଜୟ ଶତପଥୀ ଏକାଧାରାରେ ଜଣେ କବି, ଟିଭି ଉପସ୍ଥାପକ, ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଅଭିନେତା ମଧ୍ୟ ଥିଲେ । ସେ ଟିଭି ପରଦାରେ ଛୋଟ ଛୋଟ ଅଭିନୟ ମଧ୍ୟ କରିଛନ୍ତି । ସଞ୍ଜୟ ଶତପଥୀ ୧୩ଟି ପାଠ୍ୟ ପୁସ୍ତକ ସମେତ ୨୪ଟି ପୁସ୍ତକ ରଚନା କରିଛନ୍ତି । Post navigation ପୁଣି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ଓଡ଼ିଶା ରାସ୍ତାଖୋଳି ବାଟ ଓଗାଳିଛି ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି ସ୍ଥଗିତ