ଇଣ୍ଡିଆନ ଅଏଲ ଚେୟାରମ୍ୟାନ୍ ଏ.ଏସ୍‌. ସାହନି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଛନ୍ତି।

ଆଲୋଚନାରେ ଆସନ୍ତା ଜାନୁଆରୀରେ ମୋଟ ୬୧ ହଜାର କୋଟି ଟଙ୍କାର Naphtha Project ପାଇଁ ରାଜ୍ୟ ସରକାର ଏବଂ ଆଇଓସିଏଲ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି । ଏଥିସହିତ ୪୩୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଭଦ୍ରକ ସୂତା ପାର୍କର ଶିଳାନ୍ୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ସୂଚନା ମିଳିଛି  । ଏହା ରାଜ୍ୟର ସବୁଠାରୁ ବଡ ପ୍ରକଳ୍ପ ମଧ୍ୟରୁ ଗୋଟିଏ ହୋଇପାରେ ବୋଲି ଆଶା କରାଯାଉଛି।

ଏହା ଦ୍ବାରା ରାଜ୍ଯକୁ ଶିଳ୍ପ ସମୃଦ୍ଧ କରିବା ସହ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି। ଏହି ପ୍ରକଳ୍ପ ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ସହ ରାଜ୍ଯର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *