ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ଧାନଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଲଘୁଚାପ ପ୍ରଭାବରେ ଲଗାଣବର୍ଷା ଯୋଗୁଁ ଧାନ ବିଲରେ ପାଣିଜମି ଧାନଗଛ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଧାନର FAQ ମାନ କମ୍ ଥିଲେ ବି ସରକାର କିଣିବେ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀ କହିଛନ୍ତି ବର୍ଷା ପାଇଁ କ୍ବାଲିଟି କମ୍ ଥିଲେ ବି କମ୍ପରମାଇଜ୍ କରାଯିବ । ସମସ୍ତ ଚାଷୀଙ୍କ ଧାନ କିଣାଯିବ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟୋକନ୍ ଲାପ୍ସ କଲେ ଚାଷୀଙ୍କୁ ଅଧିକ ୧୫ ଦିନ ମହଲତ। ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ପାଗ ଖରାପ ଯୋଗୁଁ କିଛି ମଣ୍ଡି ଖୋଲିବା ବିଳମ୍ବ ହେଉଛି । Post navigation ଆଜିଠୁ ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ଇଡିର ଚଢ଼ାଉ ନେଇ ସ୍ପଷ୍ଟ କଲେ ନିରଞ୍ଜନ ପଟ୍ଟନାୟକ