ବିଆର୍ସି (ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ) ଲାଞ୍ଚ ମାମଲାରେ ନାଁ ଉଠିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କର। ସିବିଆଇ ନୋଟିସ ପଠାଇ ସାରିଛି। ଗତ ୧୧ ତାରିଖରେ ଜେରା ହେବାର ଥିଲା। କିନ୍ତୁ ସେତେବେଳେ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ପାଇଁ ଯାଇଥିଲେ ଦିଲ୍ଲୀ । କିନ୍ତୁ ଖବର ତାଙ୍କ ପିଛା ମଧ୍ଯ ଛାଡ଼ୁନାହିଁ । ସିବିଆଇ ତାଙ୍କର ଜେରା ଦିଲ୍ଲୀରେ କରୁ ବୋଲି ବିଷ୍ଣୁ ଚାହାନ୍ତି । ଏ ଖବର ମଧ୍ୟ ଅନେକ ସୂତ୍ରରୁ ଆସୁଛି। ସିବି ବିଆଇ କିମ୍ବା ବିଷ୍ଣୁ ଏବାବଦରେ କିଛି ସ୍ପଷ୍ଟ କରିନାହାନ୍ତି । ତେବେ ସାମାଜିକ ସଶକ୍ତିକରଣର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଷ୍ଣୁ ଯାଇଥିଲେ ଦିଲ୍ଲୀ । କିନ୍ତୁ ତାଙ୍କ ସହ ବିଜୟ କେତନ ଉପାଧ୍ୟାୟ ଆଇଏଏସ୍ କାହିଁକି ଯାଇଥିଲେ ଦିଲ୍ଲୀ ? ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଏଠାରେ ବିଭିନ୍ନ ସର୍କଲରେ। ପାଣ୍ଡିଆନ ସରକାର ଅମଳରେ ୨୦୧୯୧ ରେ ହର୍ଟିକଲଚର ବା ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଥିବାବେଳେ ଭିଜିଲାନ୍ସ ଚଢ଼ାଉରେ ବିଜୟଙ୍କୁ ନିଲମ୍ବନ କରାଯାଇଥିଲା। ଏହା ଏକ ପ୍ରାୟୋଜିତ ଅମଲାତାନ୍ତ୍ରିକ ଚକ୍ରାନ୍ତ ଥିଲା ବୋଲି ବିଭିନ୍ନ ମହଲ ସନ୍ଦେହ ପ୍ରକାଶ କରିଥିଲେ। ପରବର୍ଷ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହାଇଥିଲା। ଏବେ ସେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଅଛନ୍ତି । ବିଷ୍ଣୁପଦ ଏହି ବିଭାଗର ପ୍ରମୁଖ ସଚିବ । କିନ୍ତୁ ଦିଲ୍ଲୀରେ ଓଡ଼ିଆ ଭାଷା ଓ ସାହିତ୍ୟ ବାବଦରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା ବେଳେ ବିଷ୍ଣୁପଦଙ୍କ ସହିତ ବିଜୟ ଦିଲ୍ଲୀ ଯାଇଥିଲେ ବୋଲି ଜୋରଦାର ଚର୍ଚ୍ଚା। ଚର୍ଚ୍ଚାର ଆଉ ଏକ ଦିଗ ମଧ୍ଯ ଅଛି। ବିଜୟ କେତନ ଉପାଧ୍ୟୟ ହେଉଛନ୍ତି ୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ। ସାକେତ କୁମାର ହେଉଛନ୍ତି ସେହି ବ୍ୟାଚର ଆଇଏଏସ୍ ଅଫିସର। ସାକେତ ଅଛନ୍ତି ସରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ଗତ ସଚିବ । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ବିଜୟ ଯାଇଥିଲେ ନର୍ଥ ବ୍ଲକରେ ଥିବା ସରାଷ୍ଟ୍ର ମନ୍ତ୍ରାଳୟକୁ । ତାଙ୍କୁ ଭିଜିଟିଂ ରୁମ ରେ ଦେଖିବାକୁ ମିଳିଥିଲା ବୋଲି କୁହାଯାଉଛି। ତାଙ୍କ ସହିତ ବିଷ୍ଣୁ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନୁହେଁ। କିନ୍ତୁ ଗୁଜବ ମହଲର ଖବର ଅନୁସାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥାଇ ବିଜଯ ଜୟ, ସାକେତଙ୍କ ମାଧ୍ୟମରେ ଶାହାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁନାହାନ୍ତି ତ ? ବାବଦରେ କୌଣସି ପକ୍ଷ କିଛି କହିବେ ନାହିଁ, କହିଲେ ଫସିବେ ବୋଲି ସମସ୍ତେ ଜାଣନ୍ତି। Post navigation ପ୍ରମିଳା ମଲ୍ଲିକଙ୍କ ଭାଇ ଘରେ ଇଡି ଏମ୍ସରେ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା; ୩ ଦିନରେ ଜୀବନ ହାରିଲେଣି ୨