ଭୁବନେଶ୍ୱରରେ ହେଉଥିବା ଆପାର୍ଟମେଣ୍ଟ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ “ଅଦୃଶ୍ୟ “ଗଠନ କରାଯାଇଛି । ଟିମ୍‌ର ମୁଖ୍ୟ ଅଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ସ୍ପେସାଲ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁ ଟିମ୍ ଦାଇତ୍ବରେ ରହିଛନ୍ତି । ସାରା ରାତି ଉପକଣ୍ଠ ଆପାର୍ଟମେଣ୍ଟରେ ପହରା ଦେବେ ପୋଲିସ । ରାଜଧାନୀରେ ସନ୍ଦିଗ୍ଧ ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରାଯିବ । ଏ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଡିସିପି ମିଶ୍ର କହିଛନ୍ତି ଯେ, “ଆପାର୍ଟମେଣ୍ଟ ଲୁଟେରାଙ୍କୁ କମିସନରେଟ ପୁଲିସର ଆରପାର ଚ୍ୟାଲେଞ୍ଜ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜଧାନୀରେ ସ୍ବତନ୍ତ୍ର ଟିମ୍‌ (Anti burglary squad) ଗଠନ ହୋଇଛି। ୧୫୦ ଜଣ ବଛାବଛା ପୁଲିସଙ୍କୁ ନେଇ ଏହି ଟିମ୍‌ ଗଠନ ହୋଇଛି। ଏହି ଟିମ୍‌ ରାତିତମାମ ଚେକିଂ ଓ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରୁଛି।”

Leave a Reply

Your email address will not be published. Required fields are marked *