ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି।ଲାଞ୍ଚ କାରବାରରେ ଲିଙ୍କ ଥିବା ଅଭିଯୋଗରେ CBI ସ୍କାନରରେ ଥିବା ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ନ୍ୟାୟ, ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଦାୟିତ୍ଵରେ ଥିଲେ IAS ସେଠୀ। ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡ଼ି ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଆସନ୍ତାକାଲି ତାଙ୍କୁ ଭୁବନେଶ୍ୱର ସ୍ଥିତ CBI କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଛି । IAS ସଂଜୀବ କୁମାର ମିଶ୍ର ଙ୍କୁ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଚିବ ରୂପେ ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତ କରାଯାଇଛି। IAS ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ସଚିବ ରୂପେ ନିଯୁକ୍ତ ହୋଇଛନ୍ତି। ଲାଞ୍ଚ କାରବାର ମାମଲାରେ ସିବିଆଇ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ବି. କେ ସିଂହଙ୍କୁ ଜେରା କରିଛି । ପୂର୍ବରୁ ଜେରା ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ସେ ଲେଖିଥିବା ଚିଠିକୁ ଆଧାର କରି ତାଙ୍କୁ ସିବିଆଇର ଟିମ୍ ଜେରା କରିଛନ୍ତି। Post navigation ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍ଘାଟିତ ମାଗଣାରେ ମିଳିବ ହକି ଇଣ୍ଡିଆ ଲିଗ୍ର ଟିକେଟ