କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ବାଂଲାଦେଶୀ ବ୍ୟାଗ୍‌ ଧରିଥିବାର ନଜର ଆସିଛନ୍ତି। ‘‘ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ଛିଡା ହୋଇଛୁ’’ ଲେଖା ଥିବା ବ୍ୟାଗ ଧରି ସଂସଦ ଗୃହକୁ ପ୍ରବେଶ କରିଥିଲେ ପ୍ରିୟଙ୍କା ।

ବାଂଲାଦେଶରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ସରକାର ପଦକ୍ଷେପ ନେବା ଉଚିତ। ଏ ସଂପର୍କରେ ବାଂଲାଦେଶ ସରକାରଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରଣା ଭୋଗୁଥିବା ଲୋକଙ୍କୁ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଶାସନର ପତନ ପରେ ଆସିଥିବା ବିଶୃଙ୍ଖଳାରେ ହିନ୍ଦୁ ସମୁଦାୟ ହିଂସାର ଶିକାର ହୋଇଛନ୍ତି।

ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଓ ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶର ମନ୍ଦିର ଉପରେ ଆକ୍ରମଣ ଭଳି ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *