ଏସିଆନ୍ ପାରା ଗେମ୍ସରେ ପୁଣି ଥରେ ନିଜର ଜଲୱା ଦେଖାଇଛନ୍ତି ଓଡ଼ିଆ ପୁଅ ତଥା ତାରକା ପାରା-ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ। ସେ ନିଜର ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପାଇଁ ଆଉ ଏକ ପଦକ ହାସଲ କରି ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ଏସୀୟ ପାରା ଗେମ୍ସ ୨୦୨୬ର ସପ୍ତମ ଦିନରେ ମିକ୍ସଡ୍ ଡବଲ୍ସ SL3-SU5 ବର୍ଗରେ ପ୍ରମୋଦ ଭଗତ ନିଜର ସାଥୀ ଖେଳାଳି ମନୀଷା ରାମଦାସଙ୍କ ସହ ମିଶି କୋର୍ଟରେ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ସଫଳତା ପରେ ପ୍ରମୋଦଙ୍କ ନଜର ଏବେ ଆଗାମୀ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍ ମ୍ୟାଚ୍ ଉପରେ ରହିଛି, ଯେଉଁଥିରେ ବିଜୟୀ ହୋଇ ସେ ଦେଶ ପାଇଁ ଆଉ ଏକ ପଦକ ପକ୍କା କରିବାକୁ ମୈଦାନକୁ ଓହ୍ଲାଇବେ। ବିଶ୍ୱ ର଼୍ୟାଙ୍କିଙ୍ଗର ୪ ନମ୍ବର ଯୋଡ଼ି ପ୍ରମୋଦ ଏବଂ ମନୀଷା ସେମିଫାଇନାଲ ମ୍ୟାଚରେ ବିଶ୍ୱର ୧ ନମ୍ବର ଯୋଡ଼ି ତଥା ଇଣ୍ଡୋନେସିଆର ଲେଆନି ରାତ୍ରି ଓକଟିଲା ଏବଂ ହିମାତ ରାମଦାନୀ ଙ୍କ ବିପକ୍ଷରେ କଡ଼ା ମୁକାବିଲା କରିଥିଲେ। ତିନୋଟି ସେଟ୍ ଧରି ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତୀୟ ଯୋଡ଼ି ୨୧-୧୬, ୧୩-୨୧, ୧୭-୨୧ ସେଟରେ ପରାସ୍ତ ହୋଇ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। Post navigation Vigilance Raids Badachana R&B Engineer: ଭିଜିଲାନ୍ସ ଜାଲରେ ବଡ଼ଚଣା R&B ସବ୍ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ BBSR Durga Idol Immersion Today: ଆଜି ମା’ ଦୁର୍ଗାଙ୍କ ଭାସାଣି: ଅପରାହ୍ନ ୨ଟାରୁ ଭୁବନେଶ୍ବରରେ ଜାରି ହେବ ଟ୍ରାଫିକ୍ କଟକଣା