ଭାରତୀୟ ସମାଜରେ ବିବାହ ହେଉଛି ଏପରି ଏକ ପବିତ୍ର ବନ୍ଧନ, ଯେଉଁଥିରେ ସାମୀ-ସ୍ତ୍ରୀ ଏହାକୁ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପଣ ଭାବ ସହ ପାଳନ କରିଥାଆନ୍ତି । ଏହା ସାତଜନ୍ମ ପର୍ଯ୍ୟନ୍ତ ଲମ୍ବି ଥାଏ । ଏହି ପବିତ୍ର ବନ୍ଧନରେ ଜଣେ ଅନ୍ୟ ପାଇଁ ନିଜ ପ୍ରତିବଦ୍ଧତାକୁ ଜାହିର କରିଥାଏ । ମାତ୍ର ସମୟକ୍ରମେ ଭାରତୀୟ ସମାଜରେ ବିଦେଶୀ ସଂସ୍କୃତିର ପ୍ରଭାବ ଦେଖିବାକୁ ମିଳିଲାଣି । ଗତ ୪ ଦିନ ଭିତରେ ଓଡ଼ିଶାରେ ଯେଉଁ ୪ଟି ଘଟଣା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ତାହା ଚିନ୍ତାପ୍ରଦ । ଆଉ ଏହା ପଛର କାରଣ ହେଉଛି ପରକୀୟା ପ୍ରୀତି । ବଣାଇର ସୌମ୍ୟାମୟୀ ବେହେରା, ବଲାଙ୍ଗିରର ନୂପୁର ବିଶ୍ବାଳଙ୍କ କାହାଣୀ ସଭ୍ୟ ସମାଜକୁ ସ୍ତବ୍ଧ କରିଛି। ସୌମ୍ୟା ବିବାହର ୧୦ ମାସ ପରେ ମଧ୍ୟ ନିଜ ପାରିବାରିକ ସମ୍ପର୍କକୁ ଭଲ ମନ୍ଦରେ ଆଗକୁ ନେବାର ଚେଷ୍ଟା କରିଥିଲେ । ହେଲେ ସୈତାନ ସାମୀ ଦେବେନ କିନ୍ତୁ ଏହି ବନ୍ଧନକୁ ବୁଝିବାକୁ ସମର୍ଥନ ଥିଲେ । ପେଟରେ ୭ମାସର ଭୃଣ ଥିଲେ ମଧ୍ୟ ଯୋଜନାବଦ୍ଧ ଭାବେ ଗୁଳି କରି ମାରିଦେଲେ ସୌମ୍ୟାଙ୍କୁ । ଆଉ ଏହା ପଛର କାରଣ ଥିଲା ପରକୀୟା ପ୍ରୀତି । ଠିକ୍ ସେହିପରି ବଲାଙ୍ଗିରର ନୂପୁର ବିଶ୍ବାଳଙ୍କ କ୍ଷେତ୍ରରେ ମଧ୍ଯ ଅଘଟଣ ଘଟିଛି । ଦୁଇଜଣ ପୁଲିସ କନେଷ୍ଟବଳ, ୪ବର୍ଷର ପ୍ରେମ ସମ୍ପର୍କ ପରେ ପରିବାରର ସହମତିରେ କରିଥିଲେ ବିବାହ ହେଲେ ଜାଣିପାରିନଥିଲେ ଯାହାକୁ ପାଇ ପରିବାର ଛାଡି ସେ ଆସିଛନ୍ତି ଅନ୍ୟ ଘରକୁ ସେହି ସ୍ଵାମୀ ପଲଟିବ ସୈତାନ । ସାମୀ ଜ୍ୟୋତିରଞ୍ଜନ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ବାରମ୍ବାର ମୁଣ୍ଡରେ ପଥର ଛେଚିଥିଲା। ସେହିପରି କଟକ କାଠଯୋଡି ପଠା ଠାରେ ଜଣେ ମହିଳାଙ୍କ ବିଭତ୍ସ ହତ୍ୟା ଘଟଣାରେ ଧରାପଡିଛି ସ୍ବାମୀ । କାରଣ ମଧ୍ୟ ସମାନ ପରକୀୟା ପ୍ରୀତି । ମୟୁରଭଞ୍ଜ ଧୋବାଧୋବଣୀ ଗାଁରେ ଯେଉଁ ଘଟଣା ଘଟିଛି ତାହା ସାମାନ ଭିନ୍ନ। ଗିରଫ ଦୁଲୁମ ହେମ୍ବ୍ରମ ମାଞ୍ଜୁରା ଶୁଣ୍ଢିଙ୍କୁ ଏଥିପାଇଁ ହତ୍ୟା କରିଥିଲା କାରଣ ସନ୍ଦେହ କରୁଥିଲା ତାଙ୍କ ସ୍ତ୍ରୀ ସହ ମାଞ୍ଜୁରାର ରହିଛି ଅନୈତିକ ସମ୍ପର୍କ ତେବେ କାହିଁକି? ଗତ କିଛିବର୍ଷ ଧରି ଭାରତରେ ପରକୀୟା ପ୍ରୀତି ଘଟଣା ବଢିବାରେ ଲାଗିଛି । ସାମୀ- ସ୍ତ୍ରୀଙ୍କ ମଧ୍ୟରେ ବନ୍ଧନ ଆଉ ସେଭଳି ମଜଭୁତ ନାହିଁ । ଏହାର କାରଣ କ’ଣ ତାହା ଉପରେ ବିଶେଷଜ୍ଞମାନେ ଭିନ୍ନଭିନ୍ନ ମତ ରଖୁଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଡେଟିଂ ଆପ୍ ଗ୍ଲିଡେନ୍ ବିବାହ, ଧୋକା ଏବଂ ସାଂସ୍କୃତିକ ମାନଦଣ୍ଡ ପ୍ରତି ଭାରତୀୟଙ୍କ ବଦଳୁଥିବା ଦୃଷ୍ଟିକୁ ନେଇ ପ୍ରସ୍ତୁତ କରିଥିଲା ଏକ ରିପୋର୍ଟ। ୨୫ ରୁ ୫୦ ବର୍ଷର ବିବାହିତ ମହିଳା ଓ ପୁରୁଷଙ୍କ ମତାମତ ସହ ସମୀକ୍ଷା କରିଥିଲା । ଏଥିରେ ପ୍ରାୟ ୨ହଜାର ପୁରୁଷ ମହିଳା ସାମିଲ ଥିଲେ । ଆଉ ରିପୋର୍ଟ ଥିଲା ଚକିତ କଲା ଭଳି । ନିଷ୍କର୍ସ ଥିଲା ବିବାହିତ ଦମ୍ପରିମାନେ ଅବିଶ୍ଵାସର ଶିକାର ସହ ଅନ୍ୟ ଲୋକ ପ୍ରତି ଆକର୍ଷିତ ହେଉଛନ୍ତି । ପାଖାପାଖୁ ୬୦%ରୁ ଅଧୁକ ଦମ୍ପତ୍ତି ଅନ୍ୟ ଏକ ସହ ଡେଟିଂ କରିବାକୁ ଚାହିଁଛନ୍ତି । Post navigation ଚିଟ୍ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ? ଡିସେମ୍ବର ୨୫ରେ ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରା ଟଙ୍କା