ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ରିଜ ଆଣ୍ଡ ରୁଫ୍ ଲିଙ୍କ୍ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ନେଇ ବଡ଼ ଖବର । ରେଡ୍ ହେବାର ୨ ଦିନ ପୂର୍ବରୁ ହୋଇଥିଲା କି ବଡ଼ ଡିଲ୍, ବଢ଼ିଲା ଚର୍ଚ୍ଚା । ବିଷ୍ଣୁପଦ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ ନିର୍ଦ୍ଦେଶକଙ୍କ ହୋଇଥିଲା କି ଭେଟ୍ଘାଟ । ଏକ ଚିଠି ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚାରିଆଡ଼େ ଜୋର ଧରିଛି ଚର୍ଚ୍ଚା । ୫ ତାରିଖରେ ବିଷ୍ଣୁପଦଙ୍କୁ ଭେଟିବାକୁ କମ୍ପାନୀ ପକ୍ଷରୁ ଚିଠି ହୋଇଥିଲା । କିନ୍ତୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ କି ଚଞ୍ଚଲ୍ ମୁଖାର୍ଜୀକୁ ଯଦି ଭେଟିଥିଲେ ତେବେ ୨ ଦିନ ପୂର୍ବରୁ କିଛି ଡିଲ୍ ହୋଇଥିଲା କି? ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀ ୧୯ ଅକ୍ଟୋବର ୨୦୨୪ରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ସିଏମଡିଙ୍କୁ ଚିଠି ଲେଖିଥିଲେ। ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରିବାକୁ ଦାୟିତ୍ୱ ଦିଆଯିବା ପ୍ରସଙ୍ଗରେ ଚିଠିରେ ଉଲ୍ଲେଖ ଥିଲା । ବିଷ୍ଣୁପଦ କେମିତି ଓପନ୍ ଟେଣ୍ଡର ନକରି କେନ୍ଦ୍ରୀୟ ପିଏସୟୁଗୁଡ଼ିକୁ ‘ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନତିକରଣ’ କାର୍ଯ୍ୟ ଟେକି ଦେଉଥିଲେ ସେସବୁର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଛି। ଆଇଏଏସ ବିଷ୍ଣୁପଦ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସୂଚନା ଯୋଗ୍ୟ; ଡିସେମ୍ବର୍ ୬ ତାରିଖରେ ଲାଞ୍ଚ କାରବାର ସିବିଆଇ ଏକ ମାମଲା ରୁଜୁ କରିଥିଲା ବ୍ରିଜ୍ ଆଣ୍ଡ ରୁଫ କମ୍ପାନୀ ଲିମିଟେଡ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀ ସିବିଆଇ ପାଖରେ ଏକ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ଵର ,ଭଦ୍ରକ, ଦିଲ୍ଲୀ ଓ କୋଲକାତା ସମେତ ଦେଶର ମୋଟ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଠୋସ୍ ପ୍ରମାଣ ମିଳିବା ପରେ ସିବିଆଇ କମ୍ପାନୀର ଜେନେରାଲ ମ୍ୟାନେଜର ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ସିବିଆଇର ୨ଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ ଫେୟାର ଆଗରୁ ଏକ ମର୍ସିଡିଜ୍ ଗାଡ଼ିରେ ୧୦ ଲକ୍ଷ ଟଙ୍କାର ଡିଲ ହେଉଥିବା ବେଳେ ଧରିଥିଲା । Post navigation ପରଲୋକରେ ଜାକିର ହୁସେନ ଚିଟ୍ଫଣ୍ଡ ‘ଅଫିସର’ଙ୍କୁ ସିବିଆଇ କେବେ କରିବ ଜେରା ?