ପରଲୋକରେ କିମ୍ବଦନ୍ତୀ ତବଲା ବାଦକ ପଦ୍ମବିଭୂଷଣ ଉସ୍ତାଦ ଜାକିର ହୁସେନ। ୭୩ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତାର ଖବର ଆସିଥିଲା।
ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍ ଫ୍ରାନ୍ସସିସ୍କୋ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
୯ ମାର୍ଚ୍ଚ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଜାକିର ହୁସେନ।ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ତବଲା ବାଦନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ଜାକିର ହୁସେନ୍ଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମ ଶ୍ରୀ ପୁରସ୍କାରରେ ସାମ୍ମାନିତ କରାଯାଇଥିଲା।