କ୍ଷମତାଚ୍ଯୁତ ହେବାପରେ ନବୀନ ପଟନାୟକ କଂଗ୍ରେସ ସହ ତାଙ୍କର ବହୁ ପୁରୁଣା ସମ୍ପର୍କକୁ ଆଉଥରେ ନୂଆ ରୂପ ଦେବାପାଇଁ ଚେଷ୍ଟିତ ଥିବାବେଳେ ରାଜ୍ୟ ରାଜ୍ୟସଭା ଅଧ୍ଯକ୍ଷ ଜଗଦୀପ ଧନଖଡ଼ଙ୍କ ରୋଧରେ ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବ ତାଙ୍କୁ ବଡ଼ ଅଗ୍ନି ପରୀକ୍ଷା ଭିତରକୁ ଠେଲିଦେଇଛି । କିନ୍ତୁ ନରେନ୍ଦ୍ର ମୋଦୀ ଏବଂ ଭାଜପାକୁ ଟକ୍ଟର ଦେବାର ସବୁ ସାହସ ହରାଇ ସାରିଛନ୍ତି ନବୀନ । ଅଗ୍ନି ପରୀକ୍ଷା ପୂର୍ବରୁ ଆତ୍ମସମର୍ପଣ କରିସାରିଛନ୍ତି ବିଜଦ ସଭାପତି। ସଂସଦରେ ଉପରାଷ୍ଟ୍ରପତି ଭାଜପାକୁ ସୁହାଇଲା ଭଳି ନିଷ୍ପରି ନେଇ ବିରୋଧୀ ଦଳକୁ ଅପମାନିତ କରୁଛନ୍ତି ବୋଲି କଂଗ୍ରେସ ଓ ଅନ୍ୟ କେତେକ ଦଳର ଅଭିଯୋଗ ଅଛି। ନିୟମ ବାହାରକୁ ଯାଇ ରାଜ୍ୟସଭା ଅଧ୍ୟକ୍ଷ ମନଇଚ୍ଛା ଗୃହ ପରିଚାଳନା କରୁଛନ୍ତି ବୋଲି ସେମାନେ ଲଗାତାର କହିଆସୁଛନ୍ତି । ଏଥିପାଇଁ ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ଉପରାଷ୍ଟ୍ରପତି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି ଇଣ୍ଡି ମେଣ୍ଟ। ଏ ହି ନୋଟିସରେ ବିରୋଧୀ ଦଳର ୬୦ ସାଂସଦ ଦସ୍ତଖତ କରିଛନ୍ତି । ଏହା ଉପରେ ରାଜ୍ୟସଭା ଏବଂ ଲୋକସଭାରେ ବିତର୍କ ହେବ। ବଳୀୟ ସ୍ଥିତି ଯାହା ଅନାସ୍ଥା ପ୍ରସ୍ତାବ ଉଭୟ ସଦନରେ କାଟ ଖାଇବା ନିଶ୍ଚିତ । କିନ୍ତୁ ଏହା ଧନଖଡଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବେଶୀ ଉଦ୍ଦିଷ୍ଟ । ଏନ୍ଡିଏ ଓ ଇଣ୍ଡି ମେଣ୍ଟ ବାହାରେ ୩ଟି ବଡ଼ ଦଳ ଅଛି । ତିନିଟିଯାକ ଆଞ୍ଚଳିକ ଦଳ। ବିଜଦ, ୱାଇଏସ୍ ଆର କଂଗ୍ରେସ ଏବଂ ବିଆରଏସ୍ । ଲୋକସଭାରେ ବିଜୁ ଜନତାର ଜଣେ ବି କେହି ସଦସ୍ୟ ନାହାନ୍ତି । ରାଜ୍ୟସଭାରେ ବିଜଦ ସଦସ୍ୟ ସଂଖ୍ୟା ୭ । ଅନାସ୍ଥା ପ୍ରସ୍ତାବରେ ବିଜଦର ଭୂମିକା କ’ଣ ରହିବ ? ନବୀନ ଅନାସ୍ଥା ପ୍ରସ୍ତାବ ଉପରେ କୌଣସି ନିଷ୍ପତି ନେବା ପୂର୍ବରୁ ଦଳର ୫ ଜଣ ସାଂସଦ କାହିଁକି ଭେଟୁଥିଲେ ଧନଖଡ଼ଙ୍କୁ ? କେବଳ ଦେବାଶିଷ ସାମନ୍ତରାୟ ଏବଂ ମୁନ୍ନା ଖାଁଙ୍କୁ ବାଦଦେଲେ ରାଜ୍ୟସଭାର ଅନ୍ୟ ୫ ଜଣ ବିଜଦ ସଦସ୍ୟ ଉପରାଷ୍ଟ୍ରପତିଙ୍କୁ ଭେଟିବାର ଅର୍ଥ ହେଲା ନିରୁତା ଆତ୍ମସମର୍ପଣ । ଏହା ସ୍ପଷ୍ଟ କରି ଦେଉଛି ଯେ ମୋଦୀ ସରକାରଙ୍କୁ ମୁକାବିଲା କରିବାର ସାମାନ୍ୟତମ ସାହସ ନବୀନଙ୍କର ନାହିଁ । ୫୦ ଜଣ ବିଧାୟକ ଥିବା ଦଳର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିବ ତାହା ଭାବି ହେଉନାହିଁ । ଉପରକୁ ଦଳର ନେତାମାନେ ଯେତେ ମୁହଁ ଭୁରୁଡ଼ି ମାରିଲେ ବି ସତକଥାଟି ହେଉଛି କ୍ଷମତାରୁ ଯିବାପରେ ନବୀନଙ୍କ ସବୁ ଆଚରଣରେ କେବଳ ଅସହାୟତା ଏବଂ ଭୟ ବାରି ହୋଇପଡ଼ୁଛି। ଏହାହିଁ ବିଜଦର ଭବିଷ୍ୟତକୁ ଠେଲିଦେଉଛି ଅନ୍ଧାର ଭିତରକୁ। ଅନାସ୍ଥା ଆଲୋଚନା ପର୍ଯ୍ୟନ୍ତ ଅପେକ୍ଷା ନକରି ନବୀନ ତାଙ୍କ ସାଂସଦମାନଙ୍କୁ ଧନଖଡ଼ଙ୍କୁ ଭେଟିବା ପାଇଁ ଯେଭଳି ନିର୍ଦ୍ଦେଶ ଦେଲେ, ତାହା ମୋଦୀଙ୍କ ପାଖରେ ଏକପ୍ରକାର ଶରଣ କହିଲେ ଭୁଲ ହେବନାହିଁ। Post navigation ଟେଣ୍ଡର ଫିକ୍ସିଂ ମାମଲାରେ ଫସିଲେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ: ଆଇନ ମନ୍ତ୍ରୀ