ନାବାଳିକା ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ ଝାରସୁଗୁଡ଼ା ଏସ୍‌ପି। ସୂଚନା ଅନୁଯାୟୀ ରାଉରକେଲା ବ୍ରାହ୍ମଣୀ ନଦୀରୁ ମିଳିଥିଲା ସୁନ୍ଦରଗଡ଼ରୁ ନିଖୋଜ ଜଣେ ନାବାଳିକାର ଖଣ୍ଡ ବିଖଣ୍ଡିତ ମୃତଦେହ। ଗୋଟିଏ ସ୍ଥାନରେ କଟା ହାତ-ଗୋଡ଼, ଆଉ ଗୋଟିଏ ସ୍ଥାନରେ ବସ୍ତାରେ ବନ୍ଧା ମୃତଦେହ ଏବଂ କଟା ମୁଣ୍ଡ ମିଳିଥିଲା।

ମୃତ ନାବାଳିକା ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ସୂଚନା ଅନୁଯାୟୀ ମାମଲାରେ ଜେଲ୍ ଯାଇ ଦୁଇ ମାସ ତଳେ ବେଲ୍‌ରେ ଆସିଥିଲା ଅଭିଯୁକ୍ତ।

ବେଲରେ ଆସି ଷଡ଼ଯନ୍ତ୍ର ରଚିଥିଲା ପିଶାଚ କୁନୁ କିସାନ । ଅଭିଯୁକ୍ତ ରାଉରକେଲା-ଦେବଗଡ଼ ରାସ୍ତାରେ ନାବାଳିକାକୁ ହତ୍ୟା କରିଥିଲା। ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ବ୍ରାହ୍ମଣୀ ନଦୀ ବାଲୁଘାଟ ସହ ତରକେରା ନାଳରେ ଫିଙ୍ଗିଥିଲା।

By Nirvay

Leave a Reply

Your email address will not be published. Required fields are marked *