ବିଧାନସଭାରେ ପୋଲାଭରମ ତାତି । ପୋଲାଭରମ ପ୍ରକଳ୍ପକୁ ନେଇ କମ୍ପିଛି ଗୃହ । ଏହାପରେ ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ବିଜେଡ଼ି ଆଗରୁ ବି ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସବୁବେଳେ ଲଢ଼ିଛି । ଆଉ ଆଗକୁ ବି ଲଢେଇ ଜାରି ରହିବ। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପୋଲାଭରମ୍ ପ୍ରସଙ୍ଗ ଉଠାଇବା ସହ ମୁଲତବୀ ପ୍ରସ୍ତାବ ଆଣିଥିଲା । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ । ସୂଚନା ଯୋଗ୍ୟ, ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ରୂପେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିରୋଧୀ କିନ୍ତୁ ପୋଲାଭରାମ ପ୍ରକଳ୍ପକୁ ବିରୋଧ କରୁଛନ୍ତି । ବିଜୁ ଜନତା ଦଳ ଏ ପ୍ରସଙ୍ଗରେ ବ୍ୟାପକ ଅଭିମୁଖ୍ୟ ପୋଷଣ କରିଛି । ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ପୋଲାଭରମ୍ ପ୍ରକଳ୍ପ ଅଞ୍ଚଳକୁ ଯାଇ ଜମିନ ଅନୁଧ୍ୟାନ କରିଥିଲେ । ବିଜେଡ଼ିର ଅଭିଯୋଗ ଅନୁଯାୟୀ ପୋଲାଭରମ୍ ପ୍ରକଳ୍ପ ହେଲେ ମାଲକାନଗିରି ମୋଟୁ ଅଞ୍ଚଳରେ ଅନେକ ଜନବସତି ଜଳମଗ୍ନ ହୋଇଯିବ। ଶତାଧିକ ଗାଁ ପାଣି ଭିତରେ ମିଶିଯିବ ବୋଲି ବିରୋଧୀ ଦଳର ପ୍ରତିବାଦ କରିଥିଲେ । ବିଜେଡିର ଏକ ଟିମ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ । Post navigation ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍ ନିଜ ଜନ୍ମମାଟି ରାଇରଙ୍ଗପୁରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ