ଡିସେମ୍ବର ୨୫ ତାରିଖ ଅର୍ଥାତ ବଡ଼ ଦିନରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ହିତାଧିକାରୀଙ୍କ ଖାତାକୁ ଆସିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ଯାଞ୍ଚ ଚାଲିଛି । ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଅଯୋଗ୍ୟ ତାଲିକା ବୋଲି ବୁଧବାର ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ଏହି ଯୋଗ୍ୟ ଅଯୋଗ୍ୟ ତାଲିକା ବ୍ଲକ, ସହରାଞ୍ଚଳ, ମହାନଗରନିଗମ ସ୍ତରରେ ପ୍ରକାଶ ପାଇବ । ଏହା ପରେ ଆଉ ସାତ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ । ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାୱାରୀ ଯାଞ୍ଚ ଆରମ୍ଭ ହୋଇଛି। ଯେଉଁ ସ୍ଥାନ ଗୁଡ଼ିକରେ କମ ପଞ୍ଜିକରଣ ହୋଇଛି ସେହି ସ୍ଥାନକୁ ସରକାର ଫୋକସରେ ରଖିଛନ୍ତି।

ଅନ୍ୟପଟେ ଯେଉଁ ସବୁ ଜିଲ୍ଳାରେ ଅଧିକ ଆବେଦନ ଖାରଜ ହୋଇଛି, ସେହି ସ୍ଥାନଗୁଡ଼ିକରେ ସିଡିପିଓଙ୍କ ତତ୍ତ୍ୱାବଧାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଆବେଦନ ଖାରଜ ହୋଇଥିବା ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ପରେ ସରକାର ସତର୍କ ହୋଇଛନ୍ତି। ଜିଲ୍ଲାୱାରୀ ଯାଞ୍ଚ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ ପଞ୍ଜୀକରଣ ଓ ଅଧିକ ଆବେଦନ ଅଗ୍ରାହ୍ୟ ହୋଇଥିବା ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ ।

Leave a Reply

Your email address will not be published. Required fields are marked *