ନୀଳାଚଳ ଇସ୍ପାତ୍ କାରଖାନା ପରିସରରୁ ହଜାର ହଜାର ସଂଖ୍ୟାର ପୁରାତନ ଗଛ କଟା ଚାଲିଛି । ଗତ କିଛି ଦିନ ଧରି ବଡବଡ କଟର ମେସିନ୍ ଲଗାଇ ବେଧଡକ ଭାବରେ କାରଖାନର ସବୁଜ ବନାନୀକୁ ଧ୍ବଂସ କରାଯାଉଥିବା ବେଳେ ଜଙ୍ଗଲ ଏବଂ ପରିବେଶ ବିଭାଗର ଅଧିକାରୀ ମାନେ ହାତ ବାନ୍ଧି ବସି ରହିଛନ୍ତି । ସୂଚନଯୋଗ୍ୟ; ନୀଳାଚଳ କାରଖାନା ପ୍ରତିଷ୍ଠା କରିବାକୁ ସରକାର ମୋଟ୍ ୨୫୦୦ ଏକର ଜମି ଯୋଗାଇ ଦେଇଥିଲେ । ଏଥି ମଧ୍ୟରୁ ମୋଟ୍ ୮୪୪.୦୬୦ ହେକ୍ଟର ଜଙ୍ଗଲକିସମ ଥିବା ଜମିକୁ ଅଣ ଜଙ୍ଗଲ କିସମ ଜମିରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିଲେ । ୧୯୯୬ ମସିହାରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟର ତତ୍କାଳିନ ସିନିୟର ଇନ୍ସପେକ୍ଟର ଜେନରୋଲ୍ ବି.ସି ଖଣ୍ଡୁରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ତତ୍କାଳୀନ ଜଙ୍ଗଲ ବିଭଗ ସଚିବଙ୍କୁ ୨୨ ନଭେମ୍ବର ୧୯୯୬ ମସିହାରେ ପ୍ରଦାନ କରାଯାଇଥିବା ଚିଠି ନମ୍ବର ୮ – ୧୦୧/୯୪/ଏଫସି ଅନୁଯାଇ କଡା ସର୍ଚ ବା ଅନୁମତି ପତ୍ର ଜାରି କରାଯାଇଥିଲା । ଯେଉଁଥିରେ କେନ୍ଦ୍ର ଜଙ୍ଗଲ ସରକ୍ଷଣ ଆଇନ୍ ୧୯୮୦ର ଧାରା ୨ଏବଂ ୩ ଆଧାରରେ ନୀଳାଚଳ କାରଖାନା ପାଇଁ ପ୍ରଦାନ କରାଯାଇଥିବା ଜମିର ଲିଗାଲ୍ ଷ୍ଟାଟସ୍ରେ ଆଦୌ ପରିବର୍ତନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କୁହା ଯାଇଥିଲା । କାରଖାନା ପାଇଁ ପ୍ରଦାନ କରାଯାଇଥିବା ଜମି ଗୁଡିକ ମଧ୍ୟରୁ ଗ୍ରିନ୍ ବେଲ୍ ବା ସବୁଜ ବନାନୀ ରହିଥିବା ୪୫୫ ହେକ୍ଟର ଜମି ସହିତ ଏହାକୁ ସଲଗ୍ନ ହୋଇ ରହିଥିବା ଗୋଡିଗୋଠ ମୌଜାର ୧୦୫ ଏକର ଜମିରେ ବ୍ୟାପକ ବୃକ୍ଷ ରୋପଣ କରାଯିବ । କୌଣସି ପରିସ୍ଥିତିରେ ଏହି ସବୁଜ ବନାନୀ ରହିଥିବା ଜମିରେ କୌଣସି ଜନ୍ଷ୍ଟ୍ରକସନ୍ କାର୍ଯ୍ୟ ହୋଇ ପାରିବନି କି ଏହାର ଷ୍ଟାଟସ୍ରେ ପରିବର୍ତ୍ତନ କରାଯାଇ ପାରିବନି ବୋଲି କଢା ସର୍ତ୍ତ ରଖାଯାଇଥିଲା । ଖବର ଅନୁଯାୟୀ, ନୀଳାଚଳ କର୍ତ୍ତୃପକ୍ଷ ମାତ୍ର ୧୦୮୧ଟି ଗଛ କାଟିବାକୁ କଟକ ଡିଏଫ୍ଓଙ୍କ ପାଖରୁ ଅନୁମତି ପାଇଥିବା ବେଳେ ପୁଣି ୯ ହଜାର ଗଛ କାଟିବାକୁ କୁଆଡେ ଅନୁମତି ମାଗିଛନ୍ତି । କର୍ତ୍ତୃପକ୍ଷ ଗତ ଅଗଷ୍ଟ ୨୮ ତାରିଖରେ କାରଖାନା ପରିସରରୁ ଗଛ କାଟିବାକୁ କଟକ ଡିଏଓଙ୍କ ଠାରୁ ଅନୁମତି ମାଗିଥିଲେ । ଫଳରେ ଡିଏଓ ଗତ ସେପ୍ଟେମ୍ବର ୨ତାରିଖରେ ୮୧୮୨ ଚିଠି ନମ୍ବରରେ ଯାଜପୁରରୋଡ୍ ଠାରେ ଥିବା ଓଏଫ୍ଡିସି ଡିଭିଜିନାଲ ମାନେଜରଙ୍କୁ ମାତ୍ର ୧୦୮୧ଟି ଗଛ କାଟିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବେଧଡକ ଭାବରେ ବଢ଼ୁ ହଜାର ସଂଖ୍ୟାର ପୁରାତନ ଗଛ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି କାରଖାନା ପରିସରରେ ଥୁବା ସବୁଳ ବନାନୀକୁ ସୁରକ୍ଷିତ ରଖୁବାକୁ ଖୋଦ୍ କେନ୍ଦ୍ର ସରକାର ସର୍ଭ ରଖୁଥିବା ବେଳେ ଏଠାରୁ ଗଛ ଗୁଡିକୁ କାଟିବାକୁ ଡିଏଫଓ ଅନୁମତି ଦେଲେ କିପରି ? ଏବାବଦରେ କେନ୍ଦ୍ର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ ଜାରି କରିଥିବା ଚିଠି ବାବଦରେ ଜିଏଓ ଜାଣିଛରି ନା ଏହି ଚିଠିକୁ ବେଖାତିର କରି ଅନୁମତି ଦେବାର ସାହାସ ଦେଖାଇଛନ୍ତି । ଏହାପରେ ଯଦି ପୁଣି ୯ ହଜାର ଗଛ କାଟିବାକୁ ଡିଏଫ୍ଓ ଅନୁମତି ପ୍ରଦାନ କରିବେ ତେବେ ସେହି ଆଦେଶ ଆଳରେ ନୀଳାଚଳ କର୍ତ୍ତୃପକ୍ଷ କାରଖାନା ଭିତରେ ଥିବା ସବୁଜ ବନାନୀକୁ ସଂପୂର୍ଣ ଭାବରେ ଧ୍ୱଂସ କରି ଦେବାର ଆଶଙ୍କା ପ୍ରକାଶ ପାଇଛି । Post navigation ନାଟକ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ଖାଇଲେ କଳାକାର ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି